ନାବାଳକ ଦୁଷ୍କର୍ମ ଘଟଣା : ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ୍‌ରେ ପ୍ରଶାସନ, ତଦନ୍ତ ପାଇଁ ସ୍ବତନ୍ତ ଟିମ୍ ଗଠନ

Published By : Prameya-News7 Bureau | February 01, 2020 IST

ଭୁବନେଶ୍ବର ୦୧।୦୨: ନାବାଳକ ​‌ଦୁଷ୍କର୍ମ ଘଟଣାରେ ଆକ୍ସନ୍‌ ମୋଡ୍‌କୁ ଆସିଛି ପ୍ରସାଶନ । ଖୋର୍ଦ୍ଧା ଜିଲ୍ଲାପାଳ, ଚାଇଲ୍ଡ ଓ୍ବେଲଫେୟାର କମିଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନର ସ୍ବତନ୍ତ୍ର ଟିମ ଆରମ୍ଭ କରିଛି ତଦନ୍ତ । ବାଣପୁର ସ୍ଥିତ ନାବାଳକର ଗାଁରେ ପହଞ୍ଚି ଏହି ଟିମ୍‌ ତନାଘନା କରିଛି । ଘଟଣାରେ ବାଣପୁର ଥାନା ପୋଲିସ ଜଣେ ଅଭିଯୁକ୍ତକୁ  ଅଟକ ରଖିଛି ।

{"id":218877,"sizeSlug":"large"}

ନ୍ୟୁଜ ରେ ନାବାଳକ ଦୁଷ୍କର୍ମ ମାମଲା ଖବର ପ୍ରସାରଣ ପରେ ଆକ୍ସନକୁ ଅସିଛି ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ବାଣପୁର ପୋଲିସଠୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳ, ଚାଇଲ୍ଡ ଓ୍ବେଲଫେୟାର କମିଟି, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଚାଇଲ୍ଡ ଲାଇନ ଚଳଚଞ୍ଚଳ ହୋଇ ପଡିଛନ୍ତି ଯେଭଳି ଭାବେ ଏକ ଦଶ ବର୍ଷର ନାବାଳକକୁ ହାତ ମୁହଁ ବାନ୍ଧି ଦୁଇ ଦୁର୍ବୃତ୍ତଦୁଷ୍କର୍ମ କଲେ ଏବଂ ବାଣପୁର ପୋଲିସ

{"id":218878,"sizeSlug":"large"}

ବର ଜାଣିବା ପରେ ବି ଚୁପ ବସିଲା ତାକୁ ନେଇ ଏବେ ଆରମ୍ଭ ହୋଇଛି ତନାଘନା କେଉଁ ପରିସ୍ଥିତିରେ ପୋଲିସ ଘଟଣାକୁ ଗୁରୁତରସହନନେଇ, ଦୋଷୀଙ୍କୁ ନଧରି ପୀଡିତଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଇଚ୍ଛାପ୍ରକାଶ କଲା ନାହିଁ ତା ଉପରେ ଖୋଳତାଡ ଆରମ୍ଭ ହୋଇଛି ନାବାଳକରସ୍ବାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବା ପରେ ପରିବାର ଲୋକ ପୀଡିତଙ୍କୁକ୍ୟାପିଟାଲ ହସ୍ପିଟାଲ ଆଣିବା ଏବଂ ସେଠାରେ ମଧ୍ୟ ଠିକ ସେବା ପାଇ ଘରକୁ ଫେରିଯିବା ଘଟଣା ଖବର ସମ୍ନାକୁ ଆସିବା ପରେ ସମସ୍ତଙ୍କ ଅକଲ ଗୁଡୁମ ହୋଇଛି ଏବେ ସବୁ ଟିମ ପୀଡିତର ଘରକୁ ଯାଇ ମାମଲାର ଛାନଭିନ ଆରମ୍ଭ କରିଛନ୍ତି

{"id":218879,"sizeSlug":"large"}

ସଙ୍ଗୀନ ମାମଲା ଦୁଇମାସ ତଳର ବାଣପୁର ସ୍ଥିତ ଏକ ଗାଁରେ ଘଟିଯାଇଛି ଏଭଳି ଏକ ଅମାନୁଷିକ ଘଟଣା ଜଣେ ନାବାଳକକୁ ଗାଁ ଦୁଇ ଜଣ ଯୁବକ ଜୋରଜବରଦସ୍ତ ନେଇ ଅପ୍ରାକୃତିକଯୌନସଂପର୍କରଖିବାପରେ ଘର ଲୋକ ଟାଙ୍ଗୀଡାକ୍ତରଖାନା ନେଇଥିଲେ ଚିକିତ୍ସା ପାଇଁ ସେଠାରେ ଡାକ୍ତର ଚକିତ୍ସା କରିବା ବଦଳରେ ବାଣପୁର ଥାନାକୁ ଖବର ଦେଇ ମୁଣ୍ଡରୁ ଦାୟିତ୍ବ ହଟାଇ ଦେଇଥିଲେ

{"id":218880,"sizeSlug":"large"}

ଏହା ପରେ ଖୋର୍ଦ୍ଧାମେଡିକାଲ ପରେ କ୍ୟାପିଟାଲ ହସ୍ପିଟାଲରେପହଞ୍ଚିଥିଲାପୀଡିତ। ଖବର ପ୍ରଥମେ ନ୍ୟୁଜ ସେଭେନରେ ପ୍ରସାରଣ ହେବା ପରେ ସମସ୍ତେ ଚଳଚଞ୍ଚଳ ହୋଇଛନ୍ତି ବାଣପୁର ଥାନା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଆଉ ଜଣେ ଫେରାର ଥିବା ଜଣାପଡିଛି

{"id":218881,"sizeSlug":"large"}

ଆଇପିସି ଧାରା ୧୬୧ ଅଧାରରେ ପୀଡିତଙ୍କବୟାନ ରେକର୍ଡ ହେବ ତା ସହ ଡାକ୍ତରୀ ଚିକିତ୍ସା ମଧ୍ୟ କରାଯିବ ପୀଡିତ ନାବାଳକକୁ କାଉନସିଲିଂ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି

{"id":218882,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.