କମିସନରେଟ୍ ପୋଲିସ କର୍ମଚାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ : ନାବାଳିକାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରିଛନ୍ତି ୮ ଖାକି ପୋଷାକୀ , ୨ ମାସ ତଳର କଥା

Published By : Prameya-News7 Bureau | September 05, 2020 IST

ଭୁବନେଶ୍ୱର ୦୫।୦୯: ଖାକିରେ ପୁଣି କଳଙ୍କ ! ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କମିସନରେଟ୍ ପୋଲିସର ୮ ପୋଲିସ କର୍ମଚାରୀଙ୍କ ବିରୋଧରେ ଗଣ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି । ଏହି ଘଟଣା ଦୁଇମାସ ତଳର । ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ନିଜେ ଏହି ମାମଲାର ତଦାରଖ କରୁଛନ୍ତି । ମହିଳା ଥାନା ପୁଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହ ସିଆରପିସି ଧାରା -୧୬୧ ଅନୁସାରେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରିଛି ପୋଲିସ । ସିଆରପିସି ଧାରା -୧୬୪ ଅନୁସାରେ ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.