ଫିଲ୍ମରେ ଆଡଲ୍ଟ ଷ୍ଟାର ଚରିତ୍ରରେ ଅଭିନୟ କରୁଥିବା ହଲିଉଡ ଅଭିନେତ୍ରୀ ଜେସିକା ଜଏମ୍ସଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜେସିକା ଜଏମ୍ସଙ୍କ ପ୍ରକୃତ ନାଁ ଜେସିକା ମାଇକେଲ୍ ରେଡିଙ୍ଗ। ଆଡଲ୍ଟ ଫିଲ୍ମରେ ଲୋକପ୍ରିୟ ହେବା ପରେ ତାଙ୍କୁ ‘ଓ୍ବିଡସ ଇଜ ଡେଡ’ ଶୋ କୁ ମଧ୍ୟ ଡକାଯାଇଥିଲା।
{"id":160652}କିନ୍ତୁ ହଠାତ୍ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କ ମୃତ ଦେହ କାଲିଫର୍ଣ୍ଣିଆ ଘରୁ ଉଦ୍ଧାର ହୋଇଥିଲା। ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିବାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।
{"id":160654,"width":573,"height":861}‘ଦ ବ୍ଲାଷ୍ଟ’ରେ ଛପିଥିବା ଖବର ଅନୁସାରେ ଜେସିକା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ କିଛି ଦିନ ହେବ କୌଣସି ଯୋଗାଯୋଗ ହୋଇପାରିନଥିଲା। ଏହା ପରେ ତାଙ୍କ ସ୍ବାମୀ ତାଙ୍କୁ ଘରକୁ ଦେଖା କରିବାକୁ ପହଞ୍ଚବାରୁ ତାଙ୍କ ମୃତଦେହ ଘରେ ପଡ଼ିଥିବାର ଦେଖିଥିଲେ।
{"id":160655,"width":577,"height":727}କିନ୍ତୁ ଜେସିକାଙ୍କ ମୃତ୍ୟୁ କିପରି ହେଲା କିମ୍ବା ତାଙ୍କୁ କେହି ହତ୍ୟା କରିଛି ଏବିଷୟରେ କିଛି ଜଣାପଡ଼ିନାହିଁ। ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୪୩ବର୍ଷ ବୟସ ହୋଇଥିଲା। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ତାଙ୍କ ମୃତ୍ୟୁ ପରେ ଡିଆକ୍ଟିଭେଟ୍ କରି ଦିଆଯାଇଛି।