କଟକ ଟ୍ରିପଲ ମର୍ଡର ଘଟଣା : ନାରାୟଣ ସାହୁ ରହୁଥିବା ଜାଗାକୁ ଫରେନ୍ସିକ୍ ଟିମ୍ ନେଇ ପହଞ୍ଚିଲା ପୋଲିସ
1/08/2019 at 11:32 AM

କଟକ ୧|୮: କଟକ ଟ୍ରିପଲ ମର୍ଡର ଘଟଣାରେ କମିଶନରେଟ୍ ପୋଲିସର ଛାନଭିନ୍ ଚଳାଇଛି । ଅଟକ ନାରାୟଣ ସାହୁକୁ ନେଇ ପୋଲିସ ଛାନଭିନ୍ କରୁଥିବା ଜଣାପଡିଛି । କ୍ରାଇମ୍ ସ୍ପଟ୍ ଓଏମପି ଛକରେ ନାରାୟଣକୁ ଧରି ଯାଞ୍ଚ କରୁଛି ପୋଲିସ । ଏଥି ସହ ନାରାୟଣ ରହୁଥିବା ସ୍ଥାନକୁ ମଧ୍ୟ ନେଇଛି ପୋଲିସ । ଉଭୟ ଫରେନସିକ୍ ଟିମ୍ ଓ ପୋଲିସ ଯାଞ୍ଚ କରୁଛନ୍ତି ।

ତେବେ ଟ୍ରିପଲ ମର୍ଡର ଘଟଣାରେ ନରାୟଣ ଅଭିଯୁକ୍ତ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । ପୋଲିସ ହାତରେ ଧରାପଡିଥିବା ସାଇକୋ କିଲର ନାରାୟଣ ନରହନ୍ତା କି ନୁହେଁ ତାକୁ ନେଇ ଦେଖାଦେଇଛି ବିବାଦ । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦ୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସପିଙ୍କ ନିକଟରେ ଗୁହାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗଲା ୨୨ ତାରିଖ ବିଳମ୍ବିତ ରାତିରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ପ୍ରଥମ ଶିକାର କରିଥିଲା ସାଇକେ କିଲର । ୨୩ ତାରିଖ ବିଳମ୍ବିତ ରାତିରେ ବଡ଼ ମେଡିକାଲ୍ କାର୍ଡିଓଲୋଜି ବିଭାଗ ସାମ୍ନା ଏବଂ ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍ନା ଫୁଟପାଥରେ ଦୁଇ ଜଣଙ୍କୁ ହତ୍ୟା କରିଥିଲା ।