ମାତ୍ର ୩ ମାସରେ କାହିଁକି ପଡିଲା ପୂର୍ଣ୍ଣଚ୍ଛେଦ ? ମୀନାକ୍ଷୀଙ୍କ ବେକରେ କଳାଦାଗ, ରାକେଶ ଶରୀର କିପରି ଝୁଲିଲା

Published By : Prameya-News7 Bureau | May 31, 2020 IST

ଭୁବନେଶ୍ୱର ୩୧।୦୫: ଶ୍ରୀଲିଙ୍ଗରାଜ ଥାନା କପିଳେଶ୍ୱର କୁମ୍ଭାର ସାହିରେ ଥିବା ଏକ ବନ୍ଦ କୋଠରୀରୁ ଶୁକ୍ରବାର ନବଦମ୍ପତିଙ୍କ ମୃତଦେହ ମିଳିଥିଲା । ସ୍ତ୍ରୀ’ ମୀନାକ୍ଷି ଉକ୍ତ କୋଠରୀରେ ଥିବା ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀ ରାକେଶ ରାଉତ ସିଲିଂ ଫ୍ୟାନ୍‌ରେ ଝୁଲୁଥିଲେ । ତେବେ ମୃତ ମୀନାକ୍ଷିଙ୍କ ବେକରେ ଥିବା ଏକ କଳାଦାଗ ପୁଲିସକୁ ଦ୍ୱନ୍ଦ୍ୱରେ ପକାଇଛି । ଅନ୍ୟପକ୍ଷେ ସ୍ତ୍ରୀ ମୀନାକ୍ଷିଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସ୍ୱାମୀ ରାକେଶ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ମୀନାକ୍ଷିଙ୍କ ବେକରେ କଳାଦାଗ ହିଁ ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ରହସ୍ୟ ଫିଟିବ ବୋଲି ପୁଲିସ ଆଶା ରଖିଛି ।

{"id":278693,"sizeSlug":"large"}

ଶ୍ରୀଲିଙ୍ଗରାଜ ଥାନା ପୁଲିସର ଗୋଟିଏ ଟିମ୍‌ ଶନିବାର କୁମ୍ଭାରସାହିସ୍ଥିତ ଉକ୍ତ ଘରକୁ ଯାଇଥିଲା । ସେଠାରେ ପରିବାର ସଦସ୍ୟଙ୍କୁ ପୁଲିସ୍‌ ଜେରା କରିଥିଲା । କେଉଁ କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା? କାହିଁକି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଖୁସି ନଥିଲା ଏନେଇ ସେମାନଙ୍କୁ ପଚରାଉଚରା କରିଥିଲା । ପୁଲିସ ଟିମ୍‌ କିଛି ପଡ଼ୋଶୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଛି । ଏଥିରୁ ପୁଲିସ ଜାଣିବାକୁ ପାଇଛି, ପରିବାରବର୍ଗ ଶୁକ୍ରାବାର ସକାଳ ସାଢ଼େ ୧୦ଟାରେ ରାକେଶ ଓ ମୀନାକ୍ଷିଙ୍କ ମୃତ୍ୟୁ ଘଟିଥିବା ଜାଣି ସାରିଥିଲେ । ତେବେ ସେମାନେ ପୁଲିସକୁ ୧୨ଟା ୧୫ ମିନିଟ୍‌ ବେଳକୁ ଖବର ଦେଇଥିଲେ । କାହିଁକି ବିଳମ୍ବରେ ଜଣାଇଲେ, ତାହାର ପତ୍ତା ଲଗାଉଛି ପୁଲିସ୍‌ ।

ଏଠି ପ୍ରଶ୍ନ ଉଠୁଛି, ମୀନାକ୍ଷିଙ୍କ ବେକରେ କଳାଦାଗ ହେଲା କେମିତି? ମୃତଦେହ ମିଳିଥିବା ରୁମ୍‌ରେ ଗୋଟିଏ ମାତ୍ର ଲୁଗା (ଶାଢ଼ି) ଟଙ୍ଗା ହୋଇଥିଲା । ଯେଉଁଥିରେ ରାକେଶଙ୍କ ମୃତଦେହ ଝୁଲୁଥିଲା । ଏହା ବ୍ୟତୀତ ଅନ୍ୟ କିଛି ଲୁଗା ଉକ୍ତ ରୁମ୍‌ରୁ ମିଳିନି । ପୁଲିସର କହିବା ମୁତାବକ, କୌଣସି ଶାଢ଼ି କିମ୍ବା ରଶି ଯୋଗେ ଆତ୍ମହତ୍ୟା ପରେ ବେକରେ ଯେମିତି ଚିହ୍ନ ରହିବା କଥା, ତାହା ମୀନାକ୍ଷିଙ୍କ ବେକରେ ଜଣାପଡୁନି । ପୁଲିସ ସନ୍ଦେହ କରୁଛି, ହୁଏତ ଘଟଣାସ୍ଥଳରେ ଝଗଡ଼ାରୁ ମାର୍‌ପିଟ୍‌ ଲାଗି ଥାଇପାରେ । ମୀନାକ୍ଷିଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ରାକେଶ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଥାଇପାରନ୍ତି ।

ସେପଟୋ ଶୁକ୍ରବାର ବିଳମ୍ବିତ ରାତିରେ ଉଭୟଙ୍କ ମୃତଦେହ କପିଳେଶ୍ୱର ଶ୍ମଶାନରେ ଦାହ କରାଯାଇଛି । ଶନିବାର ସକାଳେ ଅଲ୍‌ ନିଉଜ ପେପର ସୋସିଆଲ୍‌ ୱେଲଫେୟାର ଆସୋସିଏସନ୍‌ର ପୁରୁଣା ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଖବରକାଗଜ ହକରମାନେ ଏକାଠି ହୋଇ ସମବେଦନା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.