Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଶୁଭମ ମୃତ୍ୟୁ ନେଇ ସନ୍ଦେହ ବଢୁଛି, କିଏ ସେହି ଚାରି ଜଣ ବ୍ୟକ୍ତି ?

1/02/2020 at 6:17 PM

ଭଦ୍ରକ ୦୧।୦୨:   ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଂଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରର ସନ୍ଦେହଜନକ ମୃତ୍ୟୁକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଆଉ ଚର୍ଚ୍ଚାକୁ ଖୋରକ୍‌ ଯୋଗାଇଛି ଶୁଭମ୍‌ର ଶେଷ ଚିଠି । ଯେଉଁଥିରେ ଏଭଳି କିଛି ଲେଖା ଯାଇଛି ଯାହା ଶୁଭମର ମୃତ୍ୟୁକୁ ନେଇ ସଂଦେହ ସୃଷ୍ଟି କରିଛି । ୫ଦିନ ହେବ ନିଖୋଜ୍‌ ଥିଲା ଶୁଭମ । ଆଉ ୫ଦିନ ପରେ ଗାଁ ପାଖରେ ଥିବା ନଦୀ ପଠାରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ତା’ର ମୃତଦେହ । ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ ଜାରି ରଖିଛି ଧାମ ନଗର ପୋଲିସ ।

ଗତ୨୭ରୁ ନିଖୋଜ୍‌ ଥିଲା ଶୁଭମ୍‌ । ଶେଷରେ ତା’ର ମୃତଦେହ ମିଳିଲା । ଗାଁ ପାଖ ନଦୀ ପଠାରେ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଶୁଭମ୍‌ ତ ଚାଲିଗଲା, ହେଲେ ତା’ର ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ସଂଦେହ । ଆଉ ଏହି ସଂଦେହର ମୂଳ କାରଣ ହୋଇଛି ଶୁଭମ୍‌ର ଶେଷ ଚିଠି ।

ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଂଚଳରେ ଦଶମ ଶ୍ରେଣୀ ଛାତ୍ର ଶୁଭମ୍‌ ପ୍ରଧାନର ରହସ୍ୟଜନକ ମୃତ୍ୟୁ କୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ପରିବାର ଲୋକ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ କହୁଥିବା ବେଳେ ସତ କ’ଣ ଜାଣିବାକୁ ତଦନ୍ତ ଜାରି ରଖିଛି ପୋଲିସ । ଘଟଣାସ୍ଥରରେ ଛାନଭିନ୍‌ କରିଛି ସାଇଣ୍ଟିଫିକ୍‌ ଟିମ୍‌ ।

କାକୁଡ଼ିଆ ଗଡ଼ିଆ ଗାଁରେ ଥିବା ମାମୁଁ ଘରେ ରହି ପାଠ ପଢ଼ୁଥିଲା ଶୁଭମ୍‌ । ଯେଉଁଦିନ ଶୁଭମ୍‌ ନିଖୋଜ୍‌ ହେଲା ସେଦିନ ବାପା ସରୋଜ ପ୍ରଧାନ ତାକୁ ଆଣି ମାମୁଁ ଘରେ ଛାଡ଼ିଦେଇଯାଇଥିଲେ । ହେଲେ ସଂଧ୍ୟା ବେଳକୁ ଶୁଭମ୍‌କୁ ନଦେଇ ମାମୁଁଘର ଲୋକେ ବି ବହୁତ ଖୋଜାଖୋଜି କଲେ । ଆଉ ଶୁଭମ୍‌ ନିଜ ଖାତାରେ ଲେଖିଥିବା ଗୋଟେ ଚିଠିକୁ ନେଇ ଥାନାରେ ଅଭିଯୋଗ କଲେ ।

ଶୁଭମ୍‌ ଚିଠିରେ ୪ଜଣ ବ୍ୟକ୍ତିଙ୍କ କଥା ଲେଖିଛି । ଯେଉଁମାନେ କି ଶୁଭମ୍‌କୁ ବାରମ୍ବାର ଧମକ୍‌ ଦେଉଥିବା ଲେଖାଯାଇଛି । ଏମିତିକି ସେମାନେ ଶୁଭମ୍‌କୁ ଫୋନ୍‌ କରିଛନ୍ତି ଆଉ ନମ୍ବର ଡିଲିଟ୍‌ କରିବାକୁ ମଧ୍ୟ କହିଥିବା ଲେଖା ହୋଇଛି ।

ତେଣୁ ଶୁଭମ୍‌ର ମାମୁଁଙ୍କ ମୋବାଇଲ୍‌ର କଲ୍‌ ଡିଟେଲ୍‌ସ୍‌ ଚେକ୍‌ ହେଲେ ଦୁର୍ବୃତ୍ତଙ୍କ ପର୍ଦ୍ଦାଫାସ୍‌ ହୋଇପାରିବ ବୋଲି ଅନୁମାନ କରାଯାଉଛି । ଦଶମ ଶ୍ରେଣୀରେ ପଢ଼ୁଥିବା ଶୁଭମ୍‌ କି ତାଙ୍କ ପରିବାର ସହ କାହାର କ’ଣ ଶତ୍ରୁତା ଥିଲା କିମ୍ବା କେଉଁ ଉଦେଶ୍ୟ ରଖି ଶୁଭମକୁ ହତ୍ୟା କରାଯାଇଛି ତାହା ପୋଲିସର ତଦନ୍ତରୁ ସ୍ପଷ୍ଟ ହୋଇପାରିବ ।

ତେବେ ଶୁଭମ୍‌ ଆତ୍ମହତ୍ୟା କରିଛି ନା’ ତାକୁ ହତ୍ୟା କରାଯାଇଛି ତାହା ଜାଣିବାକୁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

   Related Posts