Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

ମହିଳା ଆଇନଜୀବୀ ଦୀପାଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପରିବାରଲୋକଙ୍କୁ ଜେରା କଲା ପୋଲିସ

22/10/2019 at 10:02 AM

ଭୁବନେଶ୍ବର ୨୨।୧୦: ମହିଆ ଆଇନଜୀବୀ ଦିପାଳୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଧଉଳି ପୋଲିସ ମୃତ ଦିପାଳୀଙ୍କ ସାନ ଭଉଣୀ ସେଫାଳୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଜେରା କରିଛି । ତେବେ ଦିପାଳୀଙ୍କ ପୁରୁଷ ବନ୍ଧୁ ବାଲେଶ୍ବରର ବ୍ୟବସାୟୀ ବିକ୍ରମକେଶରୀ ମିଶ୍ରଙ୍କ ସଂପର୍କରେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଏହା ପୋଲିସକୁ ଅଡୁଆରେ ପକାଇଥିବା ବେଳେ ପୋଲିସ ଦୁଇଟି ଫୋନ୍ ଜବତ କରି ତାର କଲ୍ ରେକର୍ଡ ଯାଞ୍ଚ କରୁଛି । ତେବେ ଦିପାଳୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ଏହି ଘଟଣାର ତଦନ୍ତ ଆଗକୁ ବଢିବ ବୋଲି ପୋଲିସ କହିଛି ।

ଅପରପକ୍ଷରେ ଦିପାଳୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଭୁବନେଶ୍ବର ବାର୍ ଆସୋସିଏସନ ଉପଯୁକ୍ତ ତଦନ୍ତ ଦାବି କରିଛି । ଦିପାଳୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ପୋଲିସ ଗତ ରବିବାର ଦିନ ଉଦ୍ଧାର କରିଥିଲା । ଦିପାଳୀ କେବଳ ଏକ ଅନ୍ତବସ୍ତ୍ର ପରିଧାନ କରିଥିବା ବେଳେ ତାଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଏପରିକି ଦିପାଳୀଙ୍କ ଗୋଡ ମଧ୍ୟ ତଳେ ଲାଗି ରହିଥିଲା । ଶନିବାର ଦିନ ରାତି ୧୨ଟା ବେଳେ ଦିପାଳୀଙ୍କ ପୁରୁଷ ବନ୍ଧୁ ଦିପାଳୀଙ୍କ ସାନ ଉଭଣୀ ସେଫାଳୀଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କ ବଡ ଭଉଣୀ ଘରର କବାଟ ଖୋଲୁନାହାନ୍ତି । ତେଣୁ ସେଠାକୁ ଆସିବା ଲାଗି ସେଫାଳୀଙ୍କୁ ସେ କହିଥିଲେ । ତେବେ ଏହାପରେ ପୁରୁଷ ବନ୍ଧୁ କେଉଁ ଆଡେ ଓ କାହିଁକି ଫେରାର ହେଲେ ତାହା ମଧ୍ୟ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି ।

ମୃତ ଦିପାଳୀଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଜେରା କରିପାରିଲେ ଏହି ରହସ୍ୟଜନକ ମୃତ୍ୟୁ ପଛରେ ରହିଥିବା ସମସ୍ତ ଅଡୁଆ ଖିଅକୁ ପୋଲିସ ଖୋଲିପାରନ୍ତା । କିନ୍ତୁ ପୁରୁଷ ବନ୍ଧୁଙ୍କୁ ଜେରା କରିବା ଲାଗି ପୋଲିସ ଉଦ୍ୟମ କରୁଥିଲେ ମଧ୍ୟ ସେ ଫେରାର ଅଛନ୍ତି । ରାଜଧାନୀର ଛାତି ଉପରେ ଘଟିଥିବା ଏହି ରହସ୍ୟଜନକ ମୃତ୍ୟୁ ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ ଏହାର ତଦନ୍ତ ଦାୟିତ୍ବ ସ୍ପେଶାଲ ସ୍କ୍ବାର୍ଡକୁ ପ୍ରଦାନ କରାଯାଇଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଖବର ନେବାରେ ଜଣାପଡିଛି ଯେ, ଦିପାଳୀ ଓ ବାଲେଶ୍ବରର ବ୍ୟବସାୟୀ ବିକ୍ରମକେଶରୀ ମିଶ୍ରଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସଂପର୍କ ରହିଥିଲା । ଏପରିକି ସେମାନଙ୍କ ବିବାହ ସ୍ତରୀକୃତ ହୋଇସାରିଥିଲା । ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଦିପାଳୀଙ୍କୁ ଭେଟିବାକୁ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ଭୁବନେଶ୍ବର ଆସୁଥିଲେ । କିନ୍ତୁ ଗତ ଶନିବାର ସନ୍ଧ୍ୟାରେ କଣ ଏମିତି ଘଟିଲା ଯେ, ଦିପାଳୀ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କଲେ ବା ତାଙ୍କୁ ମାରି ଝୁଲାଇ ଦିଆଗଲା ତାହା ରହସ୍ୟଘେରରେ ରହିଛି । ଏହି ରହସ୍ୟକୁ ଆହୁରି ଗୋଳମାଳିଆ କରୁଛି ଘଟଣାସ୍ଥଳରୁ ମିଳିଥିବା ପୋଡା ସିଗାରେଟ୍ ଓ ମଦ ବୋତଲ ।  

   Related Posts