Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଚର୍ଚ୍ଚାରେ ମହିଳା ଇନିସପେକ୍ଟର ସୃଷ୍ଟି ସ୍ରୋତିୟା : ଦିନ ତମାମ ଡ୍ୟୁଟି ପରେ ଘରକୁ ଫେରି ଲୋକଙ୍କ ପାଇଁ ତିଆରି କରୁଛନ୍ତି କରୋନା ମାସ୍କ

9/04/2020 at 6:08 PM

କରୋନା ଭାଇରସ୍ ଯୋଗୁଁ ଗୋଟିଏ ପଟେ ଦେଶ ସଙ୍କଟମୟ ସ୍ଥିତିରେ ଥିବାବେଳେ କିଛି ଲୋକ ଏହି ସ୍ଥିତିରେ ଦେଶ ପାଇଁ ନିଜର ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ। ଏପରି ଜଣେ ପୋଲିସ୍ ଇନିସପେକ୍ଟର ଅଛନ୍ତି ଯିଏ ନିଜ ଡ୍ୟୁଟି ସରିବା ପରେ ମଧ୍ୟ ଦେଶସେବା ଏବଂ ମନୁଷ୍ୟତ୍ବ ପାଇଁ ନିଜକୁ ବଳିଦାନ ଦେଇଛନ୍ତି। ସେ ନିଜ ଡ୍ୟୁଟି ସରିବା ପରେ ଅଭାବୀ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ମହିଳା ଇନିସପେକ୍ଟର ନିଜେ ହାତ ସିଲେଇ ମେସିନରେ ଏହି ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହି ମହିଳା ପୋଲିସକର୍ମୀ ଦିନସାରା ନିଜ ଡ୍ୟୁଟି କରୁଛନ୍ତି ତଥା ସନ୍ଧ୍ୟାରେ ଡ୍ୟୁଟି ସରିବା ପରେ ଅଭାବୀ ଲୋକଙ୍କ ପାଇଁ ସିଲେଇ ମେସିନରେ ମାସ୍କ ସିଲେଇ କରୁଛନ୍ତି ଏବଂ ଏଗୁଡ଼ିକୁ ବାଣ୍ଟୁଛନ୍ତି। ତାଙ୍କ କାହାଣୀ ଶୁଣି ଲୋକେ ତାଙ୍କୁ ସଲାମ କରୁଛନ୍ତି।

ମହିଳା ପୋଲିସ୍ ଇନସ୍ପେକ୍ଟରଙ୍କ ଫଟୋ ସେୟାର କରି ଜଣେ ୟୁଜର ଟ୍ବିଟ୍ କରିଛନ୍ତି- ‘ମହିଳା ପୋଲିସକର୍ମଚାରୀଙ୍କ ନାଁ ସୃଷ୍ଟି ସ୍ରୋତିୟା। ସେ ମଧ୍ୟପ୍ରଦେଶର ସୁରଇ ଗ୍ରାମ୍ୟ ପୋଲିସ୍ ଥାନାରେ କାର୍ଯ୍ୟରତ। ସୃଷ୍ଟି ନିଜ ଡ୍ୟୁଟି ସରିବା ପରେ ଅଭାବୀ ଲୋକଙ୍କ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି।’

   Related Posts