ଲାଞ୍ଚ ନେବା ମହଙ୍ଗା ପଡିଲା – ପୁଲିସ ଇନ୍ସପେକ୍ଟରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା
23/10/2019 at 7:46 PM

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ ରାୟଗଡ଼ା ଜିଲ୍ଲା ବିଷମକଟକର ପୂର୍ବତନ ଥାନାଧିକାରୀ ତଥା ମୟୁରଭଞ୍ଜରେ କାର୍ଯ୍ୟରତ ଥାନାଧିକାରୀ ନୀଳକଣ୍ଠ ମହାପାତ୍ରଙ୍କୁ ୧୦ ହଜାର ଲାଞ୍ଚ ନେଇଥିବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ହୋଇଛି।
ଏହି ଜରିମାନା ରାଶି ଅନାଦେୟ ନୀଳକଣ୍ଠ ମହାପାତ୍ରଙ୍କୁ ଅଧିକ ୬ ମାସରେ ଦଣ୍ଡ ଭୋଗିବାକୁ ହେବେ ବୋଲି ଜଣାପଡ଼ିଛି।