Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବେଡ୍‌ରେ ଏକାଠି ଥିଲେ ଥାନା ବାବୁ ଓ ଅନ୍ୟ ଜଣେ ମହିଳା, ହଠାତ ଚାଲି ଆସିଲେ ସ୍ତ୍ରୀ, ତା’ପରେ…

9/11/2021 at 12:07 PM

ନୂଆଦିଲ୍ଲୀ,୦୯/୧୧: ପୋଲିସ ବାବୁଙ୍କ ପରକୀୟା ପ୍ରୀତି ଧରିଦେଲେ ସ୍ତ୍ରୀ । ହୋଟେଲରେ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମାଳାପ କରୁଥିବା ବେଳେ ଚଢଉ କଲେ ସ୍ତ୍ରୀ । ତା ପରେ ଆରମ୍ଭ ହୋଇଗଲା ଜେରା । ପତ୍ନୀଙ୍କୁ ଦେଖି ପୋଲିସ ବାବୁ ବି ଛାନିଆ ହୋଇଗଲେ। ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରେ ।

ସୂଚନାନୁସାରେ, ମଙ୍ଗଳବାର କାନପୁରରେ ମହିଳା ଶସକ୍ତକରଣ କାର୍ଯ୍ୟକ୍ରମ ଶକ୍ତି ସଙ୍ଗମ ଆୟୋଜିତ ହେବାର ଅଛି । ପୋଲିସ ଇନ୍ସପେକ୍ଟର ଅରୁଣ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । କିନ୍ତୁ ସେ ସେଠାକୁ ନଯାଇ ଅନ୍ୟ ଜଣେ ମହିଳାଙ୍କ ସହ ହୋଟେଲ କ୍ୟାଣ୍ଡି ପ୍ୟାଲେସରେ ପ୍ରେମାଳାପ କରୁଥିଲେ । ଏହି ସମୟରେ ଫରୁଖାବାଦରୁ ତାଙ୍କ ପତ୍ନୀ ଆସି ହୋଟେଲରେ ଉଭୟଙ୍କୁ ଧରିଥିଲେ । ଉବୟଙ୍କୁ ପତ୍ନୀ ପ୍ରବଳ ପିଟିଥିଲେ ।ଏନେଇ ସେ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ହୋଟେଲ ମ୍ୟାନେଜରଙ୍କ କହିବାନୁସାରେ, ପୂର୍ବରୁ ମଧ୍ୟ ଇନ୍ସପେକ୍ଟର ଅରୁଣ କୁମାର ହୋଟେଲ ଆସନ୍ତି । କେବଳ ହାତ ମୁହଁ ଧୋଇ ଚାଲି ଯାଆନ୍ତି । ପୂର୍ବରୁ ମଧ୍ୟ ଥାନା ବାବୁ ମହିଳା ମାମଲାରେ ଗଣ୍ଡଗୋଳ କରିସାରିଛନ୍ତି ପୋଲିସ ତାଙ୍କର କିଛି ସହକର୍ମୀ କହିଛନ୍ତି ।

ଘଟଣା ସାମ୍ନାକୁ ଆସିଲା ପରେ ପୋଲିସ କମିଶନର ମାମଲାର ରିପୋର୍ଟ ମାଗିଛନ୍ତି । ଏହାସହ ଅରୁଣ କୁମାରଙ୍କୁ ସସପେଣ୍ଡ କରାଯାଇଛି ।

   Related Posts