Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଭିଜିଲାନ୍ସ ଜାଲରେ ପୋଲିସ୍‌, କିନ୍ତୁ ଧରାଛୁଆଁ ଦେଉ ନାହାନ୍ତି ମହିଳା ଆଇଆଇସି

6/07/2020 at 4:36 PM

ବାଲେଶ୍ବର୬/୭: କୁଆଡେ ଗଲେ ବାଲେଶ୍ବର ଟାଉନ ଥାନାର ଆଇଆଇସି ସରୋଜିନୀ ନାୟକ । ଗତ ୧  ତାରିଖ ସନ୍ଧ୍ୟାରୁ ତାଙ୍କୁ ଭିଜିଲାନ୍ସ ଟିମ୍‌ ଖୋଜୁଛି । ଏକ ଜମିଜମା ମାମଲା ପାଇଁ ସେହି ଥାନାର ସବ୍-ଇନସ୍ପେକ୍ଟର ବିମଳ କର ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଡିଲ୍‌ କରୁଥିବା ଦଲାଲକୁ ବି ଭିଜିଲାନ୍ସ ଗିରଫ କରିଛି । ତେବେ ସେହି ଦିନଠାରୁ ଆଇଆଇସି ସରୋଜିନୀ ନାୟକଙ୍କ ମୋବାଇଲ ସୁଇଚ ଅଫ୍ ଆଉ ଭିଜିଲାନ୍ସ ଟିମ୍ ତାଙ୍କୁ ଖୋଜୁଛି ବୋଲି ବାଲେଶ୍ବର ଭିଜିଲାନ୍ସ ଏସପି କହିଛନ୍ତି। 

ବାଲେଶ୍ବର ଟାଉନ ଥାନାର ସବ-ଇନସ୍ପେକ୍ଟର ବିମଳ କୁମାର କର, ଏକ ଜମି ଜମା ମାମଲାରେ 25 ହଜାର ଟଙ୍କା ଲାଂଛ ନେବା ବଳେ ଭିଜିଲାନ୍ସ ପଞ୍ଝାରେ ପଡିଗଲେ । ଏହି ମାସ ୩୧ ତାରିଖ ଦିନ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ତେବେ ଏହି ମାସ ୧ ତାରିଖରେ ସେ ଭିଜିଲାନ୍ସ ହାତରେ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଦଲାଲଙ୍କ ପାଖରୁ ସେଦିନ ଭିଜିଲାନ୍ସ ଟଙ୍କା ଜବତ କରିଥିଲା । ଆଉ ସବ-ଇନସ୍ପେକ୍ଟର ବିମଳ କୁମାର କରକୁ ଗିରଫ କରିବା ସହ ଆଇଆଇସି ସରୋଜିନୀ ନାୟକଙ୍କୁ ଖୋଜିଥିଲା । ଥାନାରେ ଭିଜିଲାନ୍ସ ଟିମ୍‌ ପାଞ୍ଚ ଘଣ୍ଟା ଅପେକ୍ଷା କରିଥିଲେ। ତଥାପି ଇନସ୍ପେକ୍ଟର ସରୋଜିନୀ ଥାନାକୁ ଆସି ନଥିଲେ । ଆଉ ସେହି ଦିନଠାରୁ ତାଙ୍କୁ ଭିଜିଲାନ୍ସ ଖୋଜୁଛି । 

କୁଆଡେ ଗଲେ ଆଇଆଇସି, ବାଲେଶ୍ବର ଟାଉନ ଥାନାର କୌଣସି କର୍ମଚାରୀ ବି କହି ପାରୁ ନାହାଁନ୍ତି। ଇନସ୍ପେକ୍ଟର ସରୋଜିନୀ ନାୟକ ଭିଜିଲାନ୍ସ ନିକଟରେ ହାଜର ହେବା ପାଇଁ ଭିଜିଲାନ୍ସ ଏସପି ବାଲେଶ୍ବର ଏସପିଙ୍କୁ ଚିଠି ବି ଲେଖିଛନ୍ତି । ତେବେ ସେ ହାଜର ନ ହୋଇ ସାତ ଦିନିଆ ଛୁଟିରେ ପଳାଇଛନ୍ତି। 

   Related Posts