ପୋଲିସ୍‌କୁ ଢ଼େଲା ମାଡ଼ କରି ୨୫ ଜଣ ଗିରଫ

Published By : Prameya-News7 Bureau | April 05, 2020 IST

କଟକ୫/୪: ପେଟ୍ରୋଲିଂ ସମୟରେ ପୋଲିସ୍‌ଙ୍କୁ ଢ଼େଲା ମାଡ଼ କରିଥିବା ୨୫ ଜଣ ଦୁର୍ବୃତ୍ତଙ୍କୁ ପୋଲିସ୍‌ ଗିରଫ କରିଛି। କଟକର କେଶରପୁର ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରିବା ବେଳେ ସେମାନଙ୍କୁ ଉପରକୁ ପଥର ମାଡ଼ କରାଯାଇଥିଲା। ସେହି ଅଞ୍ଚଳର କିଛି ଦୁର୍ବୃତ୍ତ ଛାତ ଉପରେ ଛିଡା ହୋଇ ପୋଲିସ୍‌ ଉପରକୁ ଢ଼େଲା ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ୍‌ ରବିବାର ସଂପୃକ୍ତ ୨୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ କଟକରେ ଜଣେ ହୋଇଥିବା ବେଳେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି । ତେଣୁ ସେଥିପାଇ କଟକରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତି ୮ଟାରୁ ୪୮ଘଣ୍ଟିା ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଏହି ସଟ୍‌ଡାଉନ୍‌ ଘୋଷଣା ଯୋଗୁଁ ପୋଲିସ ଅଧିକାରୀମାନେ ଦିନରାତି ଏକ କରି ନିଜର କର୍ତ୍ତବ୍ୟ କରୁଛନ୍ତି ।  ତେବେ ଏଭଳି ସ୍ଥିତିରେ ପୋଲିସ ଉପରକୁ ଢେଲାପଥର ମାଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.