ମଧ୍ୟପ୍ରଦେଶ: ଶ୍ରମିକଙ୍କ କପାଳରେ ପୋଲିସ ଲେଖିଦେଲା ‘ ମୁଁ Lock down ଉଲ୍ଲଂଘନକାରୀ, ମୋଠୁ ଦୂରରେ ରୁହ’

Published By : Prameya-News7 Bureau | March 29, 2020 IST

ଭୋପାଲ ୨୯।୩ : କରୋନା ସଂକ୍ରମଣ ରୋକିବାକୁ ସାରା ଦେଶକୁ ୨୧ ଦିନିଆ ଲକ୍ ଡାଉନ୍‌କୁ ନିଆଯାଇଛି। ଲୋକଙ୍କୁ ନିଜନିଜ ଘରେ ରହିବାକୁ ବାରମ୍ବାର କୁହାଯାଉଛି। ହେଲେ ଲୋକେ କିନ୍ତୁ ସରକାରଙ୍କ କଥା ଶୁଣିବାକୁ ନାରାଜ। ଏଣୁ ଏଭଳି ଲୋକଙ୍କୁ ଆୟତ୍ତ କରିବା ଲାଗି ସରକାର ପୋଲିସ ମୁତୟନ କରିଥିଲେ ବି ଲୋକେ କିନ୍ତୁ ମାନିବାକୁ ନାରାଜ। ଏଭଳି କଟକଣା ଭାଙ୍ଗି ରାସ୍ତାରେ ଯାଉଥିବା ଏକ ଶ୍ରମିକର କପାଳରେ ଜନୈକା ମହିଳା ସବ୍ ଇନିସପେକ୍ଟର ‘ମୁଁ ଲକ୍ ଡାଉନ ଉଲ୍ଲଂଘନକାରୀ’ ଲେଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":245871,"width":577,"height":438,"sizeSlug":"large"}

ମଧ୍ୟପ୍ରଦେଶ ଛତରପୁର ଗୋରିହରରେ ଏସଆଇ ଶ୍ରମିକର ମଥାରେ ପେନ୍‌ରେ ଏପରି ଲେଖିଥିବା ଜଣାପଡିବା ପରେ ଏସପି କୁମାର ସୌରଭ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୋଲିସ କର୍ମଚାରୀଙ୍କ ଏଭଳି ଆଚରଣ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଏସପି। ଶ୍ରମିକଙ୍କ ମଥାରେ କଲମରେ ଏପରି ଲେଖିଥିବା ମହିଳା ସବଇନିସପେକ୍ଟରଙ୍କ ବିରୋଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।

{"id":245872,"sizeSlug":"large"}

ସେପଟେ ମଧ୍ୟପ୍ରଦେଶରେ ରବିବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଏଥିରେ ଉଜ୍ଜୈନର ଜନୈକା ୧୭ ବର୍ଷ ବୟସ୍କା ନାବାଳିକା ଓ ଅନ୍ୟ ୫ ଜଣ କରୋନା ପଜେଟିଭ ଥିବା ରିପୋର୍ଟ ମିଳିଛି। ସଂକ୍ରମଣ ପଜେଟିଭ ମିଳିଥିବା ଅନ୍ୟମାନଙ୍କ ମଧ୍ୟରେ ଇନ୍ଦୋରର ଜଣେ ୨୧ ବର୍ଷ ବୟସ୍କ ଯୁବକ ଥିବା ବେଳେ  ଅନ୍ୟ ୩ଜଣଙ୍କ ବୟସ ୩୮ରୁ ୪୮ ବର୍ଷ ମଧ୍ୟରେ। ଏଠାରେ ଯୁବ ବର୍ଗଙ୍କ ମଧ୍ୟରେ କରୋନା ସଂକ୍ରମଣ ଏବେ ଲୋକଙ୍କୁ ଆତଙ୍କିତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.