ମଧୁଙ୍କ ଘରେ ପୁଲିସ- ରକ୍ତରେ ନାଁ ଲେଖିଥିଲେ ପ୍ରେମିକ, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା

Published By : Prameya-News7 Bureau | October 07, 2019 IST

ଜଗତସିଂହପୁର- ଜଗତସିଂହପୁର ବାଲିକୁଦା ଦେବଗ୍ରାମ ସ୍କୁଲ ଛାତ ଉପରୁ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଉଦ୍ଧାର କରାଯିବା ଏବଂ ପରେ ତାଙ୍କର ମୃତ୍ୟୁ ପଛରେ ରହିଛି ଏକ ପ୍ରେମ କାହାଣୀ ରହିଥିବା ସନ୍ଦେହ କରାଯାଉଛି । ଏଥିରେ ମଧୁ ନାମକ ମହିଳାଙ୍କ ନାମକୁ ମୃତ୍ୟୁ ପୂର୍ବରୁ କୃଷ୍ଣ ରକ୍ତରେ ଲେଖୁଥିଲେ । ଏହାପରେ ସନ୍ଦେହ ଅଧିକ ଦୃଢିଭୂତ ହୋଇଥିଲା ।ମୃତକ ନୟାଗଡ଼ ଚାନ୍ଦପୁର କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ । କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ଚିହ୍ନଟ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ଏବେ ଜଗତସିଂହପୁର ପୁଲିସ ବାଲିକୁଦାରେ ଥିବା ମଧୁଙ୍କ ଘରେ ପହଞ୍ଚିଛି। ଘଟଣାର ଅଧିକ ତଦନ୍ତ କରୁଛି ।


ତେବେ ପରକୀୟା ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିଏ ତାଙ୍କୁ ଡାକି ମର୍ଡର କରିଥିବା କୃଷ୍ଣଙ୍କ ପତ୍ନୀ କହୁଛନ୍ତି ? କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା ।ଶେଷରେ ହାଇଦ୍ରାବାଦରେ କାମ କରୁଥିବା କୃଷ୍ଣ ୮ ଦିନ ହେବ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିବା ବେଳେ ଦୁଇ ଦିନ ହେବ ଘରୁ ବାହାରି ଆସିଥିଲେ । ତେଣୁ ମଧୁ ହିଁ ତାଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.