କଥାରେ ଅଛି, 'ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି': ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | September 20, 2020 IST

ବାଲେଶ୍ବର୨୦/୯: କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି । ଏକଥାକୁ ଯିଏ ବି କହିଥାଆନ୍ତୁ ନା କାହିଁକି, କଥାରେ ପୂରା ଦମ୍‌ ଅଛି । ଇଲିସି ଖିଆ ପୋଲିସ ବାବୁ । ବର୍ଦ୍ଦିର ରୋବାବ୍‌ ଦେଖାଇ ସୀମାନ୍ତରେ ମାଲବାହୀ ଗାଡ଼ିଗୁଡ଼ିକରୁ କେମିତି ଖୁଲମ୍‌ ଖୁଲା ଟଙ୍କା ଆଦାୟ କରୁଛନ୍ତି। ବାଲେଶ୍ବର ସୀମାନ୍ତ ସାହାବାଜ୍‌ପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଉ ଏ ଇଲିସି ଖିଆ ପୋଲିସବାବୁମାନେ ହେଲେ ତାଳସାରୀ ମେରାଇନ୍‌ ପୋଲିସ । ସେମାନେ ସୀମାରେ ଗାଡ଼ି ଚେକିଂ ଡ୍ୟୁଟିରେ ଥିଲେ। ହେଲେ ଡ୍ୟୁଟି ସହ ଗାନ୍ଧିମୁଣ୍ଡ ନୋଟର ବିଉଟିକୁ ବି ଖୁବ୍‌ ଏନ୍‌ଜଏ (Enjoy) କରୁଛନ୍ତି । ମାନେ ଖୁଲମ୍‌ ଖୁଲା ଲାଂଚ ନେଉଛନ୍ତି । ଏହି ଭିଜୁଆଲ୍‌କୁ ଭଲକରି ଦେଖନ୍ତୁ।

wp:html /wp:html

ମାଳ ମାଳ ଅଭିଯୋଗ ପରେ ନ୍ୟୁଜ୍‌ 7ର ଷ୍ଟିଙ୍ଗ୍‌ ଅପରେସନରେ ଧରାପଡ଼ିଛି ଇଲିସି ଖିଆ ପୋଲିସ ବାବୁଙ୍କ ଏସବୁ କାରନାମା । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ବାଲି, ପଥର ଟ୍ରକ୍‌, ହାଇଓ୍ବା ଗାଡ଼ି ଡ୍ରାଇଭରଙ୍କ ଠାରୁ ବେଧଡ଼କ ଟଙ୍କା ନେଇ ଗାଡ଼ି ଛାଡ଼ୁଛି ପୋଲିସ । ଏଠି ବାଲି ଗାଡ଼ି ପିଛା ୪ ଶହରୁ ୬ଶହ ଟଙ୍କା ଓ ପଥର ଗାଡ଼ି ପିଛା ହଜାରେରୁ ୩ହଜାର ଟଙ୍କା  ଆଦାୟ କରୁଛି ପୋଲିସ । ବିନା ରସିଦ୍‌ରେ ପୋଲିସକୁ ହାତଗୁଞ୍ଜା ଦେଇ ଲକ୍ଷ ଲକ୍ଷ ଟଙ୍କାର ମାଲ୍‌ ଚାଲାଣ କରୁଛନ୍ତି ଅସାଧୁ ବ୍ୟବସାୟୀ । ସେପଟେ ପକେଟ୍‌ ଗରମ୍‌ କରି ଅସାଧୁ ବ୍ୟବସାୟୀଙ୍କ ସାଥ୍‌ ଦେଉଛନ୍ତି ପୋଲିସ କର୍ମଚାରୀ । ସେହିଭଳି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ମାଛ ଓ ପରିବା ଗାଡ଼ିରୁ ମଧ୍ୟ ପ୍ରତିଦିନ ହଜାର ହଜାର ଟଙ୍କା ଆଦାୟ କରାଯାଉଛି ତାହା ପୁଣି ବିନା ରସିଦ୍‌ରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.