ନାବାଳିକାକୁ ଦୁଷ୍କର୍ମ ପରେ ରାତି ଅଧିଆ ଗର୍ଭପାତ ଘଟଣା: ସଂପୃକ୍ତ ଥାନା ଅଧିକାରୀ ସସ୍‌ପେଣ୍ଡ୍

Published By : Prameya-News7 Bureau | June 26, 2020 IST

ରାଉରକେଲା୨୬/୬: ନାବାଳିକାକୁ ଦୁଷ୍କର୍ମ  ପରେ ଗର୍ଭପାତ କରାଇବା ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ସସ୍‌ପେଣ୍ଡ। ଏହି ଘଟଣାରେ ପୋଲିସ୍ ଡିଜି ତାଙ୍କୁ ନିଲମ୍ବିତ କରିଛନ୍ତି। ରାତିଅଧିଆ ନାବାଳିକାର କର୍ଭପାତ କରିବା ଘଟଣାରେ ଏବେ ଆକ୍ସନ ମୋଡ୍‌ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଥାନା ଅଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ପତ୍ତା ମିଳୁନଥିବା ବେଳେ ଶୁକ୍ରବାର ପୋଲିସ୍ ଡିଜି ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବିତ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ ଏସ୍‌ପି ରାଏବଗା ଥାନାରେ ପହଁଞ୍ଚିଥିଲେ। ସେଠାରେ ପହଁଞ୍ଚିବା ପରେ ଘଟଣା ସଂପର୍କରେ ବୁଝିଥିଲେ। ଏହାପରେ ଚାଇଲ୍‌ଡ ଲାଇନ୍‌ରେ ଏସ୍‌ପି ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ଅଧିକ ତତ୍ପର ଦେଖାଇଛନ୍ତି। ସୁନ୍ଦରଗଡ ଏସ୍‌ପି କହିଥିଲେ। ଏହି ଘଟଣାରେ ଯେଉଁମାନେ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ତାହା କାର୍ଯ୍ୟରେ ପରିଣତ ହୋଇଛି। ଏସ୍‌ପିଙ୍କ କଥା ସତ ହୋଇଛି।

ରିର୍ପୋଟ୍ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ରାଏବଗା ଥାନାରେ ବୀରମିତ୍ରପୁର ଥାନା ଅଧତ୍କାରୀ, ବୀରମିତ୍ରପୁର ଥାନାର ଏସଆଇ, ନାବାଳିକାର ସାବତ ବାପା, ସାବତ ବାପାଙ୍କ ସାଙ୍ଗନାଁରେ ଏତଲା ଦାୟର କରିଥିଲେ। ଏହାପରେ ବି ବେଆଇନ୍ ଭାବେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଡାକ୍ତରଖାନାର ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.