ଷ୍ଟିଙ୍ଗ ଅପରେସନ୍‌ରେ ଧରା ପଡିଲେ ବଡସାହି ଥାନା ଅଧିକାରୀ! ବଟି ଦେ ନହେଲେ ମିଛ କେଶ୍‌ରେ ଜେଲ୍‌ ଯା ଧମକ ଦେଉଥିବା ଅଭିଯୋଗ

Published By : Prameya-News7 Bureau | November 12, 2019 IST

ବାରିପଦା ୧୨।୧୧ -  ଏପଟେ ପୋଲିସ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାକୁ ବିଭାଗୀୟ ମୁଖ୍ୟ ଅଣ୍ଟା ଭିଡ଼ିଥିବା ବେଳେ ସେପଟେ କିନ୍ତୁ ବ୍ୟବସ୍ଥାରେ କଳଙ୍କ ଲଗାଇବାକୁ କସର ଛାଡ଼ୁନାହାନ୍ତି  କିଛି ଥାନାବାବୁ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଆଇଆଇସିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବଟି ଦେ, ନହେଲେ ମିଛ କେସ୍‌ରେ ଜେଲ୍‌ ଯାଆ ନ୍ୟାୟରେ ଚାଲିଥିବା ଥାନାବାବୁଙ୍କ ଆଚରଣରେ କୁଆଡ଼େ ଅତିଷ୍ଠ ହୋଇପଡ଼ିଲେଣି ଅଂଚଳବାସୀ । ଏହା  ନ୍ୟୁଜ୍‌ ସେଭେନ୍‌ର ଏକ୍ସକ୍ଲୁସିଭ୍‌ ରିପୋର୍ଟ ।

{"id":183065}

 ମୋଟା ଅଙ୍କର ବଟି ମାଗୁଛନ୍ତି । ନଦେଲେ ମିଛ କେସ୍‌ରେ ଜେଲ୍‌ ପଠାଉଛନ୍ତି । ଏମିତି ସାଂଘାତିକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନାବାବୁଙ୍କ ନାଁରେ । ବଦଳି ହୋଇ ଆସିବାର ୪ମାସ ପୁରିନି, ହେଲେ ଥାନାବାବୁଙ୍କ ରଙ୍ଗ ଅଂଚଳବାସୀଙ୍କୁ ଅତିଷ୍ଠ କଲାଣି ।

{"id":183067}

ଏମିତିରେ ବଡ଼ସାହି ଥାନା ଆଇଆଇସି ବିଶ୍ବଜ କୁମାର ରାଉତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଫେରାଦ୍‌ ହୋଇଥିବା କିଛି ଲୋକ କ’ଣ କହୁଛନ୍ତି ଦେଖନ୍ତୁ ।

ଥାନାବାବୁଙ୍କ ବିରୋଧରେ ଲୋକେ କରୁଥିବା ଅଭିଯୋଗକୁ । ଏବେ ଆସନ୍ତୁ ନଜର ପକାଇବା ବାବୁଙ୍କ ଲାଂଚ ଡିଲ୍‌ର ଷ୍ଟିଂ ଭିଜୁଆଲ୍‌ ।

ଷ୍ଟିଙ୍ଗ୍ ଭିଜୁଆଲ୍‌ -  ନିମ୍ନ ଭିଡିଓରେ ଦେଖନ୍ତୁ

wp:core-embed/youtube {"url":"https://www.youtube.com/watch?v=xkd3vzrRgsE","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=xkd3vzrRgsE
/wp:core-embed/youtube

ବେପାରୀ : ସାର୍‌ କିଶ କରିବା… ବେପାର କିଶ କରିବା କୁହନ୍ତୁ….

ବେପାରୀ : ଆପଣ ଯାହା ନେଉଛନ୍ତି…. ଆପଣ ଟିକେ ସାହାଯ୍ୟ ନକଲେ କେମିତି ହେବ….

IIC : ମୁଁ ସାହାଯ୍ୟ ନ କରିଥିଲେ ତୁ ମରିଯାଇଥାନ୍ତୁ…

ବେପାରୀ :ଆପଣମାନେ ପହଞ୍ଚିଲେ ମୁଁ ଯାଇପାରିଲିନି…..

IIC : ତୁ ପହଞ୍ଚିଥିଲେ ମେସିନ୍‌ଟା ପଳେଇଆସିଥାନ୍ତା…..

ତୁ ଆସିଲୁନି, ଜଗିଦେଲେ ଗାଁ ଲୋକେ, ତହସିଲଦାର ପଳେଇ ଆସିଲେ

ବେପାରୀ : ସାର୍‌ ଆଉ କେତେ ଦେବି କହିଲେ ….

IIC : ପୂଜାରେ ଟଙ୍କା ୧୦ହଜାରରେ କ’ଣ ହେବ କହିଲୁ….

ବେପାରୀ : ଆଉ କେତେ ଦେବି କୁହନ୍ତୁ….

IIC : ତୁ ଯାହା ଦବୁ, କହିବି କ’ଣ

ବେପାରୀ : ଆଉ ୫ ବଢ଼େଇ ଦେବି…

IIC : ହଉ….

ବଡ଼ସାହି ଅଂଚଳରେ ବାଲି ମୋରମ ବେପାର କରୁଥିବା ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ଥାନାବାବୁ ସବୁ ବେଆଇନ୍‌ କାମକୁ ପଶ୍ରୟ ଦେଉଥିବା ଅଭିଯୋଗ ହୋଇଛି । ଏମିତି କି ରାସ୍ତାଘାଟରେ ଲୋକେ ଖୋଲାଖୋଲି ଲାଞ୍ଚଖିଆ କହି ଥାନାବାବୁଙ୍କୁ ଖୋଲାଖୋଲି ଚାଲେଂଜ୍‌ କରିବାକୁ ସାହସ କଲେଣି ।

{"id":183069}

ଯଦି  ଅଭିଯୋଗ ମିଛ, ତାହେଲେ ୟା’ର ଗୋଟେ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି  । ସତ୍ୟା ସତ୍ୟ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.