Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଦୃଷ୍ଟିହୀନ ମହିଳା ଅଫିସରଙ୍କୁ ଦୁଷ୍କର୍ମ : ଆବାଜ୍ ଶୁଣି ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ

27/04/2020 at 10:45 AM

ଭୋପାଲ ୨୭/୦୪ : କଥାରେ ଅଛି ଅପରାଧୀ ଯେତେ ଚାଲାକ ହେଉଥାଉ ନା କାହିଁକି କିଛି ନା କିଛି ସୁରାକ ନିଶ୍ଚୟ  ଛାଡ଼ିଥାଏ | ଭୋପାଲରେ ଏହିଭଳି ଏକ ଘଟଣା ଘଟିଛି | ଜଣେ ଦୃଷ୍ଟିହୀନ ମହିଳା ବ୍ୟାଙ୍କ ଅଫିସରଙ୍କ ସହ ଜଣେ ଦୁଷ୍କର୍ମ କରିଥିବା ଜଣେ ଅପରାଧୀ ନିଜ ସ୍ୱର ଜରିଆରେ ଧରା ପଡିଛି | ମହିଳା ବ୍ୟାଙ୍କ ଅଫିସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଭୋପାଲ ପୋଲିସ ତା ଆବାଜ ଯୋଗୁଁ ଗିରଫ କରିବାରେ ସକ୍ଷମ ହୋଇଛି |

ଏଏସପି ସଞ୍ଜୟ ସାହୁ କହିଛନ୍ତି ଯେ, ମହିଳା ଅଫିସରଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା | କିନ୍ତୁ ଫେରାର ପରେ ସେ ମହିଳାଙ୍କୁ ଫୋନ କରି ଧମକ ଦେଇଥିଲେ | ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ | ମହିଳାଙ୍କ ବୟାନ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଅଭିଯୁକ୍ତ ମହିଳାଙ୍କ ଘରୁ କିଛି ନଗଦ ଟଙ୍କା ଓ ଏକ ପାଉଁଜି ଚୋରି କରିଥିବା ତଦନ୍ତରେ ଜଣାପଡିଥିଲା | ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା | ମହିଳାଙ୍କ ସିମ କାର୍ଡ ଯେଉଁଠାରେ ବନ୍ଦ ହୋଇଥିଲା ପୋଲିସ ସେଠାରେ ତାର ନେଟୱାର୍କ ଲଗାଇଲା | ତେବେ ଅଭିଯୁକ୍ତକୁ କିଭଳି ଚିହ୍ନଟ କରିବ ତାର ପୋଲିସ ପାଇଁ ଏକ ଚେତାବନୀ ଥିଲା | ପୋଲିସ ସେହି ଅଞ୍ଚଳରେ ଥିବା ଦୁଷ୍ଟ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କଲା | ପାଖାପାଖି ୨୦ ଯୁବକଙ୍କୁ ହେପାଜତକୁ ନେଇଥିଲା | ତେବେ ଏମାନଙ୍କ ମଧ୍ୟରୁ ଅଭିଯୁକ୍ତକୁ କିଭଳି ଚିହ୍ନଟ କରାଯିବ ତାହା କାଠିକର ପାଠ ଥିଲା କାରଣ ପୀଡିତା ମହିଳା ଜଣକ ଦୃଷ୍ଟିହୀନ ଥିଲେ | 

ପୋଲିସ ଏକ ଉପାୟ ପାଞ୍ଚିଲା | ସମସ୍ତ ଯୁବକଙ୍କୁ ସେହିଭଳି ଧମକ ଦେବାକୁ କହିଲା ଯାହା ମହିଳା ନିଜ ବୟାନରେ ଲେଖିଥିଲେ | ଏହାପରେ ପୋଲିସ ସମସ୍ତ ୨୦ ଜଣଙ୍କର ଆବାଜ ରେକର୍ଡ କରିଥିଲା ଏବଂ ମହିଳାଙ୍କୁ ଶୁଣାଇଥିଲା | ସମସ୍ତ ଭଏସ ରେକର୍ଡ ଶୁଣି ମହିଳା ଯେଉଁ ଯୁବକର ଆବାଜ ଚିହ୍ନଟ କରିଥିଲେ ତାକୁ ପୋଲିସ ପଚରାଉଚୁରା କରିଥିଲା | କିନ୍ତୁ ସେ ନିଜ ଦୋଷ ସ୍ୱୀକାର କରିନଥିଲା | ଏହାପରେ ପୋଲିସ ଆଉ ଏକ ଚାଲ ଚାଲିଥିଲା | ପୋଲିସ କହିଲା ସେ ଯେଉଁ ଫୋନ ଜବତ କରିଛନ୍ତି ସେଥିରେ ଦୃଷ୍ଟିହୀନ ଲୋକଙ୍କ ସୁବିଧା ପାଇଁ ଏକ ଆପ ଡାଉନଲୋଡ଼ କରାଯାଇଛି ଏବଂ ଏହି ଆପ ମହିଳା ନିଜେ ହିଁ ଡାଉନଲୋଡ଼ କରିଥିଲେ | ଅଭିଯୁକ୍ତ ସିମ ସିନା ଫୋପାଡ଼ି ଦେଇଥିଲା କିନ୍ତୁ ମୋବାଇଲରେ ଥିବା ଆପ ଉପରେ ସେ ଧ୍ୟାନ ଦେଇନଥିଲା | ଏହା ଶୁଣିବା ପରେ ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା ଏବଂ ଆଉ କୌଣସି ଉପାୟ ନପାଇ ଶେଷରେ ନିଜ ଦୋଷ ସ୍ୱୀକାର କରିଥିଲା | 

ଏଏସପି ସଞ୍ଜୟ ସାହୁଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ କାବୁ କରିବା ସହଜ ନଥିଲା କାରଣ ଫୋନର ସିମ ଯେଉଁ ଜାଗାରେ ବନ୍ଦ ହୋଇଥିଲା ତାହା କଣ୍ଟେନ୍ଟମେଣ୍ଟ ଜୋନ ଥିଲା | କିଛି ଦିନ ପୂର୍ବରୁ ସେଠାରୁ ୫ ଜଣ କରୋନା ସଂକ୍ରମିତ ବାହାରିଥିବାରୁ ସେହି ଜାଗାକୁ କଣ୍ଟେନ୍ଟମେଣ୍ଟ କରାଯାଇଥିଲା | ଏହିଭଳି ସ୍ଥିତିରେ ପୋଲିସ ଟିମ ପିପିଇ କିଟ ପିନ୍ଧି ସେହି ଅଞ୍ଚଳରେ ଯାଇ ତଦନ୍ତ କରିଥିଲେ | ତଦନ୍ତ କରି ଗୋଟି ଗୋଟି କରି ସେଠାକାର ସମସ୍ତ ଦୁଷ୍ଟ ପ୍ରକୃତି ଯୁବକଙ୍କୁ କାବୁ କରିଥିଲା | ଶେଷରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା |

   Related Posts