ସିରିଜ୍ ମର୍ଡର କରିଥିବା ସାଇକୋ କିଲର୍‌ର ପରିଚୟ ପାଇଲା କଟକ ପୋଲିସ, ଜାଣନ୍ତୁ କିଏ…

Published By : Prameya-News7 Bureau | July 28, 2019 IST

କଟକ ୨୮|୭: କଟକ ଟ୍ରିପଲ୍ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିଛି । ଅଭିଯୁକ୍ତ ସାଇକୋ କିଲର୍‌ର ସୂଚନା ପାଇଛି ପୋଲିସ । ଅଭିଯୁକ୍ତ ଜଣେ ଜରି ଗୋଟାଳି ଓ ମାନସିକ ରୋଗୀ ବୋଲି ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରିବାକୁ ସ୍ବତନ୍ତ୍ର ଟିମ୍‌ ପ୍ରୟାସ ଜାରି ରଖିଛି । ଖୁବ୍‌ଶୀଘ୍ର ସାଇକୋ କିଲର୍ କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ସପୃକ୍ତ ସାଇକୋ କିଲର୍ କିଛି ଦିନ ହେବ କଟକରେ ସମସ୍ତଙ୍କ ନିଦ ହଜାଇ ଦେଇଛି । ରାତିରେ ବାହାରେ ଶୋଉଥିବା ଶ୍ରମିକମାନଙ୍କୁ ସେ ହତ୍ୟା କରୁଛି । ସମାନ ଢଙ୍ଗରେ ସମସ୍ତଙ୍କୁ ହତ୍ୟା କରୁଛି । ପଥରରେ ଛେଚିବା ସହ ଗଳା କାଟି ହତ୍ୟା କରୁଛି । ତେବେ ହତ୍ୟାକାରୀକୁ ଧରିବାକୁ ସାରା ସହରରେ ରାତିରେ ପୋଲିସ ପଇଁତରା ମାରୁଥିବାବେଳେ ଆଜି ତାର ସନ୍ଧାନ ପାଇଛି ପୋଲିସ ।

ସଂପୃକ୍ତ କିଲର୍ ହତ୍ୟା କରିବା ପରେ ଏକ ନିର୍ଦ୍ଧିଷ୍ଟ ଚା’ ଦୋକାନକୁ ଯାଉଥିଲା । ସେଠାରେ ସେ ଚା’ ପିଇବା ପରେ ଯେଉଁଠିକୁ ଯିବା କଥା ଯାଇଥିଲା । ସେହି ଚା’  ଦୋକାନ ନିକଟରେ ଲାଗିଥିବା ଏକ ସିସିଟିଭିରୁ ତାର ସନ୍ଧାନ ପାଇଛି ପୋଲିସ । ସଂପୃକ୍ତ ଚା’ ଦୋକାନୀ ମଧ୍ୟ କିଲର ସଂପର୍କରେ ପୋଲିସକୁ ଜଣାଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ । କିଛି ଦିନ ତଳେ ସେ ଏସସିବି ମାନସିକରୋଗ ବିଭାଗରେ ରହି ଚିକିତ୍ସିତ ହୋଇ ଫେରିଥିଲେ । ସେ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ହତ୍ୟା କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଲା ୨୨ ତାରିଖ ବିଳମ୍ବିତ ରାତିରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ପ୍ରଥମ ଶିକାର କରିଥିଲା ସାଇକେ କିଲର । ୨୩ ତାରିଖ ବିଳମ୍ବିତ ରାତିରେ ବଡ଼ ମେଡିକାଲ୍ କାର୍ଡିଓଲୋଜି ବିଭାଗ ସାମ୍ନା ଏବଂ ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍ନା ଫୁଟପାଥରେ ଦୁଇ ଜଣଙ୍କୁ ହତ୍ୟା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.