୧୫ ବର୍ଷର ନାବାଳିକାଙ୍କୁ ୩ ମାସ ଧରି ଦୁଷ୍କର୍ମ କରିଥିବା ବାପା ଓ ପୁଅକୁ ଠାବ କଲା ଝାରସୁଗୁଡା ପୋଲିସ

Published By : Prameya-News7 Bureau | October 17, 2018 IST

ଝାରସୁଗୁଡ଼ା ୧୭/୧୦ : ଝାରସୁଗୁଡ଼ାରେ ୧୫ ବର୍ଷ ବୟସ୍କା ନାବାଳିକାକୁ ୩ ମାସ ଧରି ଦୁଷ୍କର୍ମ କରିଥିବା ବାପା ପୁଅଙ୍କୁ ଚିହ୍ନଟ କରିଛି ଝାରସୁଗୁଡା ପୋଲିସ | ଝାରସୁଗୁଡା ପୋଲିସର କହିବା ଅନୁସାରେ ଅଭିଯୁକ୍ତ ବାପା ସୁବୋଧ ଗୁପ୍ତା ଏବଂ ତାଙ୍କ ପୁଅ | ତଦନ୍ତରେ ବ୍ୟାଘାତ ଘଟିବ ଆସନକରେ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ସୂଚନ ଦେବା ପାଇଁ ମନାକରିଦେଇଛି | ତେବେ ଏମାନେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରୀରେ ରହୁଥିବା ଜଣାପଡିଛି | ଅଭିଯୁକ୍ତ ସୁବୋଧ ଗୁପ୍ତା ଜଣେ ଖଣି ବ୍ୟବସାୟୀ ବୋଲି ମଧ୍ୟ ପୋଲିସ କହିଛି | ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଉପକଣ୍ଠର ଏକ ଗାଁରେ ରହୁଥିବା ଏହି ନାବାଳିକାଙ୍କୁ ଝାରସୁଗୁଡାର ଜଣେ ମହିଳା ତାଳଚେରରେ ଜଣକ ଘରେ କାମରେ ଲଗାଇଥିଲେ | ତେବେ ସେଠାରେ ଗତ ୩ ମାସ ହେଲା ନାବାଳିକାକୁ ସମ୍ପୃକ୍ତ ଘରର ବାପା ଓ ପୁଅ ବାରମ୍ବାର ଦୁଷ୍କର୍ମ କରୁଥିଲେ ବୋଲି ନାବାଳିକା ୨ ଦିନ ତଳେ ଝାରସୁଗୁଡା ବିଟିଏମ ଫାଣ୍ଡିରେ ଅଭିଯୋଗ କରିଥିଲେ | ଅଭିଯୋଗ କ୍ରମେ ନାବାଳିକାଙ୍କୁ ତାଳଚେର ନେଇ କାମରେ ଲଗାଇଥିବା ମହିଳାକୁ ଖୋଜାଖୋଜି କରିବା ସହ ତାଳଚେର ରେ ଯାଇ ଅଭିଯୁକ୍ତଙ୍କୁ ଖୋଜିଥିଲା | ଅଭିଯୁକ୍ତମାନଙ୍କ ଠିକଣା ସମ୍ପର୍କରେ ପୀଡିତା ନାବାଳିକା ଠିକରେ କହିପାରୁନଥିବାରୁ ପୋଲିସ ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା | ତେବେ ଗୋଟିଏ ସୂତ୍ରରୁ ଖବର ପାଇ ଝାରସୁଗୁଡା ପୋଲିସ ତାଳଚେରରୁ ଯାଇ କେନ୍ଦୁଝରରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଶେଷରେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରୀ ଠାରେ ଅଭିଯୁକ୍ତମାନେ ରହୁଥିବା ପୋଲିସ ଜାଣିପାରିଥିଲା | ଅଭିଯୁକ୍ତମାନନ୍କ ଘରକୁ ମଧ୍ୟ ପୋଲିସ ଯାଇଥିଲା | ତେବେ ଅଭିଯୁକ୍ତ ବାପା ପୁଅ ପୂର୍ବରୁ ହିଁ ଫେରାର ହୋଇଯାଇଥିଲେ | ଅଭିଯୁକ୍ତମାନଙ୍କ ଘରେ ଥିବା ଆଉ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ତଥ୍ୟ ସଂଗ୍ରହ କରି ପୋଲିସ ଫେରିଛି | ଅତି ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.