ହତ୍ୟା ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ

Published By : Prameya-News7 Bureau | June 04, 2019 IST

କଟକ ୪|୬: କଟକ ଜିଲ୍ଲା କିଶନନଗର ଥାନା ପୋଲିସ୍ ହତ୍ୟା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ । କିଶନନଗର ଥାନ ଅଧିନସ୍ଥ କମରପଦା ଗାଁର କିଛି ଲୋକ ଜିଲ୍ଲା ଏସ୍ ପିଙ୍କ ନିକଟରେ ଏପରି ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକ ମାନଙ୍କ ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ କମରପଦାର ସୁଜିତ୍ ବାରିକ ନମାକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ  ଘରୁ ଡାକିନେଇ ହତ୍ୟା କରିଥିଲେ । ଏ ବାବଦରେ କିଶନନଗର ଥାନାରେ ଏତଲା ଦିଆଯିବାର ୧୩ ଦିନ ପରେ ମଧ୍ୟ ପୋଲିସ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ । ସେପଟେ ସନ୍ଦେହରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ୍ ଆଜିକୁ ୧୩ ଦିନ ହେବ ଅଟକ ରଖିଛି ମାତ୍ର ତାଙ୍କୁ ଗିରଫ ଦର୍ଶାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଏହି ହତ୍ୟା ଘଟଣାରେ କିଶନନଗର ପୋଲିସ୍ ର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସନ୍ଦେହଜନକ ରହିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.