ସୁଦୃଢ଼ ହେବ ପୋଲିସ ହେଲ୍ପ ଡେକ୍ସ କହିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି
Published By : Prameya-News7 Bureau | September 06, 2018 IST
ଭୂବନେଶ୍ୱର ୦୫/୦୯ : ଆଉ କେହି ଖାଲି ହାତରେ ଥାନାରୁ ଫେରିବେନି । ଏତଲା ଦେବାକୁ ଯାଇଥିବା ଲୋକଙ୍କ ଏତଲା ନିଶ୍ଚିତ ଗ୍ରହଣ କରାଯିବ । ଏଥି ସହ ସେମାନଙ୍କୁ ଏକ ନମ୍ବର ମିଳିବ । କାରଣ କମିସନରେଟ ଅଧିନରେ ଥିବା ଥାନାଗୁଡିକରେ ଥିବା ହେଲ୍ପଡେକ୍ସକୁ ସ଼ଦୁଢ କରାଯିବ । ପ୍ରତ୍ୟେକ ହେଲ୍ପଡେସ୍କରେ ଦାୟିତ୍ବରେ ରହିବେ ଜଣେ ଜଣେ କନଷ୍ଟେବଲ । ଥାନାକୁ କୌଣସି ଲିଖିତ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ନିରାସ ହେବାକୁ ପଡିବ ନାହିଁ । ଏତଲା ଗ୍ରହଣ କରିବା ପରେ ହେଲ୍ପଡେକ୍ସରୁ ମିଳିଥିବା ନମ୍ବରରେ ଲୋକମାନେ ସେମାନଙ୍କର ଅଭିଯୋଗ ସମ୍ପର୍କରେ ଥାନାରୁ ସମସ୍ତ ବିବରଣୀ ବୁଝିପାରିବେ । ଏନେଇ ସୁଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।