ଯୁବକଙ୍କ ଦବଙ୍ଗଗିରି : ଧାଡିରେ ଠିଆ ହେବା ପାଇଁ ଚାଷୀଙ୍କଠାରୁ ନେଉଥିଲା ୧୦୦ଟଙ୍କା, ଉଠାଇନେଲା ପୋଲିସ

Published By : Prameya-News7 Bureau | October 08, 2020 IST

ଚାନ୍ଦବାଲି ୮।୧୦: ଚାନ୍ଦବାଲି ସମବାୟ ବ୍ୟାଙ୍କ ଆଗରେ ଯୁବକଙ୍କ ଦବଙ୍ଗଗିରି । ଧାଡିରେ ଠିଆ ହେବା ପାଇଁ ଚାଷୀଙ୍କଠାରୁ ଜୋରଜବରଦସ୍ତ ନେଉଥିଲା ଟଙ୍କା । ଖବର ପାଇ ଉଠାଇନେଲା ପୋଲିସ ।

{"id":340457,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି  ସମବାୟ ବ୍ୟାଙ୍କ ଅଧୀନରେ ୧୯ଟି ସେବା ସମବାୟ ସମିତି ରହିଛି । ବିମାଧାରୀ ଚାଷୀମାନଙ୍କର ବୀମା ଟଙ୍କା ଆସିଥିବାରୁ ଚାଷୀମାନଙ୍କର ଭିଡ ଲାଗିଛି । ଯେଉଁ ବୀମାଧାରୀ ଚାଷୀ ଆଗେ ଆସିବେ ସେ ଆଗେ ଟଙ୍କା ଉଠାଣ କରିପାରିବେ । ତେଣୁ ଚାଷୀମାନଙ୍କୁ ରାତିରୁ ଆସି ଧାଡିରେ ଠିଆ ହେବାକୁ ପଡୁଛି । ଏହାର ଫାଇଦା ଉଠାଉଥିବା ଏହି ଦବଙ୍ଗ ଯୁବକ ।  

{"id":340458,"sizeSlug":"large"}

ଯୁବକ ଜଣଙ୍କ ରାତିରୁ ଆସି ଚାଷୀମାନଙ୍କ ପାଖରୁ ଧାଡିରେ ଠିଆ ହେବାପାଇଁ ଜୋରଜବରଦସ୍ତ ମୁଣ୍ଡପିଛା ୧୦୦ଟଙ୍କା ଲେଖାଏଁ ଅଦାୟ କରୁଥିଲା। ଯେଉଁ ଚାଷୀ ଧାଡିରେ ଠିଆ ହେବା ପାଇଁ ୧୦୦ଟଙ୍କା ନ ଦେଉଥିଲେ ତାଙ୍କୁ ଧାଡିରୁ ଧକ୍କା ମାରି ତଡି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି ।

{"id":340460,"sizeSlug":"large"}

ଫଳରେ ଚାଷୀମାନେ ଏଥିରେ ଅତିଷ୍ଠ ହୋଇ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚିଥିଲା । ସଂପୃକ୍ତ ଦବଙ୍ଗ ଯୁବକଙ୍କୁ କାବୁକରି ଥାନାକୁ ନେଇ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.