ଭୁବନେଶ୍ବର ବିଚ୍ ରାସ୍ତାରେ ମଦ୍ୟପାନ କରି ୩ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଧରିନେଲା ପୋଲିସ

Published By : Prameya-News7 Bureau | September 21, 2019 IST

ଭୁବନେଶ୍ବର ୨୧।୯: ମଦ୍ୟପାନ କରି ବିଚ୍ ରାସ୍ତାରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ମାରପିଟ୍ ଲାଗିଥିବା ବେଳେ ଲିଙ୍ଗରାଜ ଥାନା ପୋଲିସ ସେମାନଙ୍କୁ ଥାନାକୁ ନେଇଛି ।

{"id":160595}

ସୂଚନାଯୋଗ୍ୟ ଯେ, ଏକ ସାଣ୍ଟ୍ରୋ କାର୍ ରେ ୩ ଜଣ ଯୁବତୀ ଆସିଥିଲେ । ଭୁବନେଶ୍ବର ସ୍ଥିତ ସାମନ୍ତରାପୁର ଛକରେ ଥିବା ରିଲାଏନ୍ସ ଫ୍ରେସ୍ ସମ୍ମୁଖରେ ଗାଡି ରଖି ରାସ୍ତା ଉପରେ ମାରପିଟ ଲାଗିଥିଲେ ।

{"id":160594}

ଖବର ପାଇ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାରପିଟ୍ ହେଉଥିବା ଯୁବତୀମାନଙ୍କୁ କାବୁ କରିବା ସହ ଥାନାକୁ ନେଇଛି । ଯୁବତୀଙ୍କ ଗାଡିକୁ ପୋଲିସ ଜବତ କରିଛି ।

{"id":160597}

ଗାଡି ଭିତରେ ବହୁ ଖାଲି ମଦ ବୋତଲ ରହିଥିବାର ଦେଖାଯାଇଛି । ଟ୍ରାଫିକ୍ ଜାମ୍ ହେବାରୁ ପବ୍ଲିକ୍ ଜମା ହୋଇ ସେମାନଙ୍କୁ ରୋକିବାରୁ ସମ୍ପୃକ୍ତ ଯୁବତୀମାନେ ଲୋକଙ୍କୁ ଗାଳି କରିବା ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.