ରାଜଧାନୀରେ ଭାଲେଣ୍ଟାଇନ୍ ଡେ' କୁ ନେଇ ଛକାପଞ୍ଝା, ବିଛୁଆତି ଧରି ଅପେକ୍ଷା କରିଥିବା କଳିଙ୍ଗସେନାକୁ ଉଠାଇନେଲା କମିସନରେଟ୍ ପୋଲିସ

Published By : Prameya-News7 Bureau | February 14, 2019 IST

ଭୁବନେଶ୍ବର ୧୪|୨: ଭାଲେଣ୍ଟାଇନ୍ ଡେ'କୁ କେଉଁଠି ବିରୋଧ ତ ଆଉ କେଉଁଠି ସମର୍ଥନରେ ବାହାରିଲେ ମହିଳା ସଙ୍ଗଠନ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀରେ ।

ରାଜଧାନୀରେ ଛକାପଞ୍ଝା । କେଉଁଠି ଭାଲେଣ୍ଟାଇନ୍ ଡେ' ପାଇଁ କଳିଙ୍ଗସେନା ପକ୍ଷରୁ ବିରୋଧ କରାଗଲାଣି ତ ଆଉ କେଉଁଠି ମହିଳା ସଙ୍ଗଠନ ଏହି ଭାଲେଣ୍ଟାଇନ୍ ଡେ' ପାଳନ କରୁଥିବା ଯୁବକ ଯୁବତୀମାନଙ୍କୁ ସମର୍ଥନ କରି ତାଙ୍କ ସମର୍ଥନରେ ବାହାରିଥିଲେ । ରସୁଲଗଡଠାରେ ଥିବା ଏକ ସପିଂ ମଲ୍ ଆଗରେ କଳିଙ୍ଗସେନା କର୍ମୀମାନେ ବିଛୁଆତି ଧରି ଅସଂଜତ ଅବସ୍ଥାରେ ଥିବା ଯୁବକ ଯୁବତୀମାନଙ୍କୁ ପାନେ ଦେବା ପାଇଁ ଅପେକ୍ଷାରେ ଥିଲେ।

{"id":85149}

ଖବର ପାଇ କମିସନରେଟ୍ ପୋଲିସ କଳିଙ୍ଗସେନା କର୍ମୀମାନଙ୍କୁ ସେଠାରୁ ଉଠାଇ ନେଇଛି । ଅନ୍ୟପଟେ ଭାଲେଣ୍ଟାଇନ ଡେ' ପାଳନ କରୁଥିବା ଯୁବକ ଯୁବତୀମାନଙ୍କୁ ସମର୍ଥନ କରି କିଛି ମହିଳା ସଙ୍ଗଠନ ବାହାରିଥିଲେ । ଭଲ ପାଇବାକୁ କେହି ବିରୋଧ କରିପାରିବେ ନାହିଁ । ଏହା ଯୁଗ ଯୁଗ ଧରି ରହିଆସିଛି ବୋଲି ଏହି ସଙ୍ଗଠନ କହିଛି।

{"id":85150}

ଖାଲି ପ୍ରେମିକ ପ୍ରେମିକା ନୁହନ୍ତି,  ବାପା ମା ଓ ଭାଇ, ଭଉଣୀ, ସାଙ୍ଗ ସାଥି ମଧ୍ୟ ଭଲ ପାଇବା ଦିନକୁ ପାଳନ କରିଥାନ୍ତି । ଭାଲେଣ୍ଟାଇନ ଡେ' କୁ ଭଲ ନଜରରେ ଦେଖିବା ଉଚିତ ବୋଲି କହିଛନ୍ତି ଯୁବପୀଢୀ ।

{"id":85151}

ପୁରାଣ ଯୁଗରେ ରାମାୟଣ ମହାଭାରତରେ ମଧ୍ୟ ଭଲ ପାଇବା ରହିଥିଲା। ଆଉ ଏବେ ଭଲ ପାଇବାକୁ ନେଇ ବିରୋଧ କଣ ପାଇଁ ବୋଲି ପ୍ରଶ୍ନ ମଧ୍ୟ ଉଠୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.