ଅଭିଯୋଗକାରୀ ସ୍ବାମୀଙ୍କୁ ଅଟକାଇଲା ପୋଲିସ, କାଜୁ ଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ମାମଲା ଆହୁରି ଜଟିଳ
26/12/2019 at 3:21 PM

ମହାକାଳପଡା ୨୬।୧୨: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ପଂଚାୟତର ବି ବି କଲୋନୀ କାଜୁ ଜଙ୍ଗଲରେ ଜଣେ ମହିଳାଙ୍କ ଶବ ୩୬ଘଣ୍ଟା ଧରି ଝୁଲିବା ଘଟଣାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ଆତ୍ମହତ୍ୟା ନା ଦୁଷ୍କର୍ମ ପରେ ହତ୍ୟା କରି କାଜୁ ଗଛରେ ଟାଙ୍ଗି ଦିଆଯାଇଛି ବୋଲି ଆଲୋଚନା ଜୋରଧରିଛି । ଗତକାଲିଠାରୁ ମହିଳାଙ୍କ ଥାନାକୁ ଅଭିଯୋଗ କରିବାକୁ ଯାଇ ଥାନାରେ ଅଟକ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ରାତିରେ ପେଟଛେଲା ପଂଚାୟତର ଶବରପଡା ଗାଁର ମହିଳା ଜଣଙ୍କ କେଉଁଆଡେ ପଳାଇଥିବା ପରିବାର ଲୋକ କହିଥିଲେ । ତାପରଠାରୁ ସ୍ବାମୀ ଏବଂ ଗାଁଲୋକ ତାଙ୍କୁ ଖୋଜାଖୋଜି କଲାପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ମାତ୍ର ବୁଧବାର ଦିନ ସକାଳୁ ଖବର ମିଳିଥିଲା ଯେ, କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗିଦେଇଥିବା ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଥାନାରେ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ ।

ତେବେ ଥାନା ଅଧିକାରୀ ଶବକୁ ଗଛରୁ ନଓହ୍ଲାଇ ଶବ ନିକଟରେ ପୋଲିସ ଜଗି ରହିବା ସହିତ ତଦନ୍ତ ପ୍ରକିୟା ବିଳମ୍ବ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପଂହଚି ଛାନଭିନ କରୁଛି ।