ମହଙ୍ଗା ପଡିଲା ସାରଥୀ ପ୍ରେମ, ବାପା-ପୁଅକୁ ଉଠାଇ ନେଲା ପୋଲିସ

Published By : Prameya-News7 Bureau | October 21, 2021 IST

କାମାକ୍ଷାନଗର ୨୧।୧୦: ମହଙ୍ଗା ପଡ଼ିଲା ସାରଥୀ ପ୍ରେମ । କୋଭିଡ୍ ନିୟମ ଉଲଂଘନ କରିବା ସହ ସାହି ମଝିରେ ସାରଥୀ ନାମରେ ପ୍ରହସନ କରୁଥିବାର ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ପରେ ବାପା-ପୁଅ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ ।

{"id":530555,"width":756,"height":416,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ସାରଥୀ ଭକ୍ତ ବାପା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ । ବହୁ ଚର୍ଚ୍ଚିତ ସାରଥୀ ବାବାକୁ ପୂଜା କରିବା ସହିତ ସାରଥୀ ଫଟୋରୁ ମହୁ ଓ ଲହୁଣୀ ବାହାରୁଥିବା ପରିବାର ଲୋକେ ଦାବି କରି ଆସୁଥିଲେ । ଯାହାଦ୍ବାରା ଉକ୍ତ ଘରକୁ ଦୂର ଦୁରାନ୍ତରୁ ସାରଥୀ ଭକ୍ତଙ୍କ ସୁଅ ଛୁଟିଥିଲା । ତେବେ ବୁଧବାର ସନ୍ଧ୍ୟା ସମୟରେ କୁମାର ପୂର୍ଣ୍ଣିମା ଥିବାବେଳେ ସେହି ପରିବାର ଲୋକେ ଦୂର ଦୁରାନ୍ତରୁ କିଛି ଭକ୍ତଙ୍କୁ ଡାକି ଭୋଜି ଭାତର ଆୟୋଜନ କରିଥିଲେ । ଏହାସହ ସାରଥୀ ଫଟୋକୁ ରଖି ପୂଜାର୍ଚ୍ଚନା କରୁଥିଲେ । ଏହାକୁ ପ୍ରଶାସନର କୌଣସି ଅନୁମତି ନଥିଲା । କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ ଓ ବାରମ୍ବାର ଏପରି ପ୍ରହସନରେ ଗ୍ରାମବାସୀ ଲଜ୍ଜିତ ହେବାକୁ ପଡିଥିଲା ।

{"id":530556,"width":752,"height":414,"sizeSlug":"full","linkDestination":"none"}

ତେଣୁ ବୁଧବାର ସନ୍ଧ୍ୟା ସମୟରେ ସାରଥୀର ଭକ୍ତମାନେ ଆସର ଜମାଇଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ସଂପୃକ୍ତ ବାପା-ପୁଅ ଦୁଇ ଜଣକୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ତେବେ ଆଗକୁ ଏପରି ପ୍ରହସନ ଜାରି ରହିଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.