ଅଜଣା ଶବକୁ ପୋତିବାକୁ ଆସି ପୋଲିସ ହଟହଟା, ଅଟକ ରଖିଲେ ଗାଁଲୋକେ

Published By : Prameya-News7 Bureau | August 22, 2020 IST

ପାଟଣା ୨୨।୮: ଅଜଣା ଶବକୁ ନେଇ ଉତ୍ତେଜନା । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଗ୍ରାମରେ ଦେଖିବାକୁ ମିଳିଥିଲା ଏପରି ଅଭାବନୀୟ ସ୍ଥିତି । ଅଜଣା ଶବକୁ ମଲ୍ଲୀପଶି ଗ୍ରାମ ନିକଟ କାଶିଆ ଜଙ୍ଗଲରେ ପୋତୁଥିଲା ଘଟଗାଁ ପୋଲିସ । ପହଞ୍ଚିଗଲେ ଗ୍ରାମବାସୀ । ପ୍ରତିବାଦ କଲେ ବିରୋଧ କରି ଅଟକାଇଲେ ।

{"id":318547,"sizeSlug":"large"}

ଶନିବାର ଅପରାହ୍ନର ଘଟଣା । ଏକ ଅଚିହ୍ନା ଶବକୁ ଘଟଗାଁ ପୋଲିସ କାଶିଆ ଜଙ୍ଗଲରେ ଜେସିବି ସାହାଯ୍ୟରେ ଖାତ ଖୋଳି ପୋତୁଥିଲା । ଗ୍ରାମବାସୀ ଅଚିହ୍ନା ଶବକୁ ଦେଖି ସଂକ୍ରମଣ ଭୟରେ ପୋଲିସକୁ ଅଟକ ରଖି ଅଞ୍ଚଳକୁ ସାନିଟାଇଜ ଦାବିରେ ଅଡି ବସିଛନ୍ତି । ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୋଲିସ ଘଟଣାସ୍ଥଳରୁ ଶବକୁ ଉଠାଇ ନେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଅଟକ ରଖିଛନ୍ତି । ତେବେ ଏ ଶବ କାହାର, କାହିଁକି ଏଠାରେ ପୋଲିସ ପୋତୁଥିଲା ତାହା ଜଣାପଡିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.