ବାହାଘର ଆଶା ଅଟକିଗଲା : ଫୁଲ ସଜା କାର୍‌ରୁ ବରକୁ ଉଠାଇ ନେଲା ପୋଲିସ, ନାଁରେ ଥିଲା ହତ୍ୟା ମାମଲା

Published By : Prameya-News7 Bureau | March 12, 2020 IST

ଆଠଗଡ ୧୨।୩: ପ୍ରସେସନ ପୂର୍ବରୁ ବରକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡିବା ପୂର୍ବରୁ ବର ହାତରେ ପଡିଲା ହାତକଡି । ବେଦୀକୁ ଯିବା ପୂର୍ବରୁ ଥାନାକୁ ଗଲେ ବର । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ ଥାନା ସାପୁଆ ବ୍ରିଜ୍ ନିକଟରେ ।

{"id":236975,"sizeSlug":"large"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ବାଇଁଙ୍କର ଆଠଗଡ ସମସରପୁର ଗାଁର ଜଣେ ଝିଅଙ୍କ ସହିତ ଗୁରୁବାର ବାହାଘର ଅନୁଷ୍ଠିତ ହେବାର ଥିଲା । ବୀରକିଶୋରପୁର ଶିବ ମନ୍ଦିରରେ ଉଭୟଙ୍କ ବିବାହ ହେବା ଲାଗି ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାହ ଲାଗି ବର ହୋଇ ଆସିଥିଲେ ପ୍ରକାଶ ସ୍ବାଇଁ । ପ୍ରେସେସନ ଚାଲିଥିବା ବେଳେ ବର ପ୍ରକାଶ ସ୍ବାଇଁଙ୍କୁ ଗାଡି ଭିତରୁ ଉଠାଇ ନେଇଛି ବାଙ୍କି ପୋଲିସ ।

{"id":236977,"sizeSlug":"large"}

ଆଠଗଡ ଥାନା ସାପୁଆ ବ୍ରିଜ୍ ନିକଟରୁ ଏକ ବୋଲେର ଗାଡିରେ ସାଧା ପୋଷାକରେ ଆସି ବର ଗାଡିକୁ ଅଟକାଇ ବରକୁ ଉଠାଇ ନେଇଛି ପୋଲିସ । ୨୦୧୮ ମସିହା କଦଳୀବାଡିରେ ହୋଇଥିବା ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ପ୍ରକାଶ । ଦୁଇ ବର୍ଷ ହେଲା ପୋଲିସକୁ ଚକମା ଦେଖାଇ ପ୍ରକାଶ ଫେରାର ବୁଲୁଥିଲା । ତେବେ ପୋଲିସ ଖବର ପାଇ ତାଙ୍କୁ ଆଜି ଉଠାଇନେଇଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.