ମହିଳା ଆଣିଲେ ଯୌନ ଶୋଷଣ ଅଭିଯୋଗ, ULLU ଟିଭି କମ୍ପାନୀ ସିଇଓଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | August 06, 2021 IST

ମୁମ୍ବାଇ ୦୬।୦୮: ଅଶ୍ଲୀଳ ଫିଲ୍ମ ମାମଲାରେ ମୁମ୍ବାଇ ପୋଲିସର ଆକ୍ସନ ଜାରି ରହିଛି । ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ପତି ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିବା ପରେ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିଛି । ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଉଲ୍ଲୁ ଟିଭିର ସିଇଓଙ୍କ ବିରୋଧରେ କେସ୍‌ ରୁଜୁ କରିଛି । ଯୌନ ଶୋଷଣ ଅଭିଯୋଗରେ ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି ।

ଖବର ଅନୁଯାୟୀ, ଫିଲ୍ମ ପ୍ରଯୋଜନା ସଂସ୍ଥା ଉଲ୍ଲୁ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ଼୍‌ର ସିଇଓ ବିଭୁ ଅଗ୍ରଓ୍ୱାଲଙ୍କ ବିରୋଧରେ କେସ୍‌ ରୁଜୁ କରିଛି ମୁମ୍ବାଇ ପୋଲିସ । ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଏହି ମାମଲା ରୁଜୁ କରିଛି ପୋଲିସ । ଆଇପିସି ଧାରା ୩୫୪ ଅନୁଯାୟୀ ମୁମ୍ବାଇ ପୋଲିସ କେସ୍‌ ରୁଜୁ କରିଛି । ସେପଟେ  ପୋଲିସ କମ୍ପାନୀର ଆଉ ଜଣେ ବରିଷ୍ଠ ଅଧିକାରୀ ଅଞ୍ଜଳୀ ରୈନାଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ କରିଛି ।  

wp:html /wp:html

ସେହିପରି ଉଲ୍ଲୁ ଡିଜିଟାଲ ଟିଭି ଅଶ୍ଲୀଳ କଣ୍ଟେଣ୍ଟ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲା । ଏଥିରେ ଦେଖାଯାଉଥିବା କାର୍ଯ୍ୟକ୍ରମକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଚାଲିଛି । ଉଲ୍ଲୁ ଟିଭି ନିଜର ଅଶ୍ଲୀଳ କଣ୍ଟେଣ୍ଟ ପାଇଁ  ବହୁ ବାର ବିରୋଧର ସମ୍ମୁଖୀନ ହୋଇଛି ।  ଏବେ ଆଉ ଏକ ବିବାଦର ଦାଗ ଲାଗିଛି । ତାହା ପୁଣି କମ୍ପାନୀର ସିଇଓଙ୍କ ବିରୋଧରେ , ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ସିଇଓଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.