ଆଶାକର୍ମୀଙ୍କୁ ମାଡ଼ ଘଟଣାରେ ଜଣକୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | April 21, 2020 IST

ଆନନ୍ଦପୁର୨୧/୪: ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଗତ ୧୮ ତାରିଖରେ ଆଶାକର୍ମୀଙ୍କୁ ମାଡ ଘଟଣାରେ ଆଜି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦୁଝର ଏସ୍. ପି ମିତ୍ରଭାନୁ ମହାପାତ୍ର।ଅଭିଯୁକ୍ତ ଜଣଙ୍କ ହେଲେ ବଳଦୁଆଁ ଗାଁର ଚନ୍ଦନ ମଣ୍ଡଳ। ସେ ଆଶା ଦିଦିଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ। ଆଜି ତାର ସନ୍ଧାନ ପାଇଁ ତାକୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି। 

{"id":258024,"sizeSlug":"large"}

ଲକ୍‌ଡାଉନ୍ ସତ୍ତ୍ବେ ବଳଦୁଆଁ ଗାଁ ନିକଟ କେନାଲଠାରେ ଗତ ୧୮ ତାରିଖରେ  କେତେକ ଲୋକେ ଦଳଦଳ ହୋଇ ମାଛ ଧରୁଥିଲେ।ଏହି ଖବର ପାଇ ପୋଲିସ୍ ପହଞ୍ଚି ସେମାନଙ୍କୁ ସେଠାରୁ ଘୋଡାଇ ଦେଇଥିଲେ। ପୋଲିସକୁ ଆଶାକର୍ମୀ ଖବର ଦେଇଥିବା ସନ୍ଦେହରେ ସଂପୃକ୍ତ ଯୁବକମାନେ ଆଶାକର୍ମୀଙ୍କ ଚୁଟି ଘୋଷାରି ମାଡ ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.