ଦୁଷ୍କର୍ମ ଅଭିଯୋଗରେ ୫୬ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କଲା ପୁଲିସ୍

Published By : Prameya-News7 Bureau | May 26, 2020 IST

ବାଲେଶ୍ବର୨୬/୫: ଦୁଷ୍କର୍ମ ଅଭିଯୋଗ ୫୬  ବର୍ଷ ବୟସ୍କ ବୃଦ୍ଧଙ୍କୁ ଗିରଫ କରିଛି ସୋର ପୁଲିସ୍। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠ ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହି ଦୁଷ୍କର୍ମ ଅଭିଯୋଗରେ ସୋର ପୁଲିସ୍ ଜଣଙ୍କୁ ଗିରଫ କରିଛି। ଘଟଣା ଅନୁସାରେ ପଡୋଶୀଘରର ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଯୁଧିଷ୍ଠୀର ମଳିକ ନିଜ ଘରକୁ ଡାକିଥିଲେ। ପୀଡିତା ତାଙ୍କ କଥା ମାନି ଯୁଧିଷ୍ଠୀରଙ୍କ ଘରକୁ ଯାଇଥିଲେ। ହେଲେ ଯୁଧିଷ୍ଠୀର ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାକୁ ଉଦ୍ୟମ କରିଥିବା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି।ଏହି ଘଟଣାରେ ସୋର ପୁଲିସ ଏକ ମାମଲା ରୁଜୁ କରି ଯୁଧିଷ୍ଠୀରଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.