Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦୁଷ୍କର୍ମ ପରେ ମରିଯାଇଥିବା ଭାବି ରାସ୍ତାକଡରେ ଫିଙ୍ଗି ଚାଲିଯାଇଥିଲେ- ଅଇଁଠାପାଲି ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କାଟାଗୋରିରେ ଗ୍ରହଣ କଲା ପୋଲିସ

9/12/2019 at 8:56 PM

ସମ୍ବଲପୁର ୦୯।୧୨ – ରାଜ୍ୟରେ ଦୁଷ୍କର୍ମ ଥମିବାର ନାଁ ନେଉନି ।  ଗୋଟିଏ ପରେ ଗୋଟିଏ ଘଟଣା ସଭ୍ୟ ସମାଜକୁ ସ୍ତବ୍ଧ କରି ଦେଉଛି । ସମ୍ବଲପୁର ଅଇଁଠାପାଲିରେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି ।

ସମ୍ବଲପୁର ଅଇଁଠାପାଲିରେ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କାଟାଗୋରିରେ ଗ୍ରହଣ କଲା ପୋଲିସ। ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲକରାଯିବ । ଅଇଁଠାପାଲି ଗଣଦୁଷ୍କର୍ମ ମାମଲାରେ ଏଯାଏ ୪ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କିରଛି ପୀଡିତା ।

ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ଶିବ ଶଙ୍କର ନାଏକ, ଦୋଳମଣି ଭୁଏ, ମହେଶ ସେଠୀ ଏବଂ ଅକ୍ରୁର ଛୁରିଆ । ଏମାନେ ପୀଡିତାଙ୍କୁ ରାସ୍ତାରୁ ଉଠାଇ ନେଇ ବଳାତ୍କାର କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।

ମରିଯାଇଥିବା ଭାବି ରାସ୍ତାକଡରେ ଫିଙ୍ଗି ଚାଲିଯାଇଥିଲେ। ଏହି ୪ ଜଣଙ୍କ ସହ  ପ୍ରମାଣ ନଷ୍ଟ ଅଭିଯୋଗରେ ଆଉ ୨ ଜଣଙ୍କୁ ଅଟକ ମଧ୍ୟ  ରଖାଯାଇଛି।  ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ସେପଟେ  ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି। ଖୁବଶୀଘ୍ର ତାଙ୍କର ଆଇପିସି ୧୬୪ରେ ବୟାନ ରେକର୍ଡ କରାଯିବ। ।

ଅଇଁଠାପାଲିରେ ହାଇୱେରେ ଯାହା ଘଟିଛି ତାହା ପୁଣି ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।

   Related Posts