୪ ଲକ୍ଷ ଟଙ୍କାର ଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | January 31, 2020 IST

ଭଦ୍ରକ୩୦/୧: ଦେଶୀ ମଦ ବୋଝେଇ ଟ୍ରକ ଜବତ। ସଂପୃକ୍ତ ୨ ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ଟ୍ରକଟିକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ ।

ଦେଶୀ ମଦ ବୋଝେଇ ଟ୍ରକଟି ବାଲେଶ୍ଵର ଜିଲ୍ଲାରୁ ଆସୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଟ୍ରକରେ ଦେଶୀ ମଦକୁ ରବର ଟ୍ୟୁବରେ ଭର୍ତ୍ତି କରି ବସ୍ତାରେ ବନ୍ଧା ଯାଇଥିଲା । ଅବକାରୀ ବିଭାଗ ଓ ପୋଲିସ କୁ ଚକମା ଦେବା ପାଇଁ ବସ୍ତା ଉପରେ ଅନ୍ୟାନ୍ୟ ପଲିଥିନ ବୋଝେଇ କରାଯାଇଥିଲା । ଅବକାରୀ ବିଭାଗର ସୂଚନା ଅନୁଯାୟୀ ଟ୍ରକରେ ୩୫୦୦ ଲିଟର ଦେଶୀ ମଦ ରହିଛି । ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଗିରଫ ଦୁଇ ଜଣ ହେଲେ ବାଲେଶ୍ଵର ଜିଲ୍ଲାର ସୁନହଟର ସଞ୍ଜୟ ଦାସ ଓ ସହଦ ଗାଁର ରଶ୍ମି ରଞ୍ଜନ ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ପୂର୍ବରୁ ମଧ୍ୟ ସମାନ ଷ୍ଟାଇଲରେ ମଦ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.