Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଭିଯୁକ୍ତଙ୍କୁ ରାତି ଅଧିଆ ମିଳିଲା ଜାମିନ୍‌: ଆଇନ୍‌ କାନୁନ୍‌ର ପାଠ ଭୁଲି ଗଲାଣି କି ପୋଲିସ୍‌…?

16/01/2020 at 7:25 PM

ଭୁବନେଶ୍ବର୧୬/୧: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଂଚଳରେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ନେଇଛି। ଆକ୍ରମଣକାରୀ ଗିରଫ ହେବା ପରେ ରାତି ଅଧିଆ ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳିଛି। ଏଠି  ପୋଲିସ୍‌ର ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶିକାର ପରମିନ୍ଦରଙ୍କ ପରିବାର। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୋହଳ ଦଫା ଲଗାଇଥିବାରୁ ସେମାନଙ୍କୁ ସହଜରେ ବେଲ୍ ମିଳିଗଲା ବୋଲି ଅଭିଯୋଗ କରିଛନ୍ତି ପରମିନ୍ଦରଙ୍କ ପତ୍ନୀ।

ସେପଟେ ରାତି ଅଧରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ପୂର୍ବତନ ଏସିପି ଅନୁପ କାନୁନଗୋ କାହିଁକି ପରମିନ୍ଦରଙ୍କ ଘରକୁ ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।କାହା ଚାପରେ ପୋଲିସ୍‌ କୋହଳ ଦଫା ଲଗାଇଲେ?  ଏହା ରାଜନୈତିକ ଚାପ ନୁହେଁ ତ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଛି। ବିଚ୍ ରାସ୍ତାରେ ଜଣେ ଶିଖ୍‌ ଯୁବକଙ୍କୁ ମାଡ଼ ମାରି ରକ୍ତାତ କରିବା ପୁଣି ଆକ୍ରମଣକାରୀଙ୍କୁ ରାତି ଅଧିଆ ଜାମିନ୍ ମିଳିଯିବା। ଏ ତମାମ ଘଟଣା ପଛରେ କାହାର ହାତ ଅଛି।

ଗିରଫକୁ ୨୪ଘଣ୍ଟା ବି ପୁରିନି ହେଲେ ସମସ୍ତ  ଅଭିଯୁକ୍ତଙ୍କୁ କେମିତି ମିଳିଗଲା ଜାମିନ୍ । ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଥିଲା ପୋଲିସ । ଯେଉଁଥି ପାଇଁ ସେମାନଙ୍କୁ ଜାମିନ୍ ମିଳିବାରେ ସହଜ ହୋଇଗଲା । ଏମିତିରେ ପୋଲିସ ଉପରେ କେମିତି ଭରସା କରିହେବ ?  ପରିବାରର ଜୀବନ ବିପଦରେ ଅଛି। ଏଠି ସୁରକ୍ଷାର ଭରସା ନାହିଁ । ପିଲାମାନଙ୍କ ସୁରକ୍ଷା ପାଇଁ ଘର ଛାଡ଼ିବାକୁ ଚିନ୍ତା କରୁଛନ୍ତି ଲକ୍ଷ୍ମୀସାଗର ଅଂଚଳରେ କିଛି ଯୁବକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ପରମିନ୍ଦର ସିଂ । ମାତ୍ର ଆଇନ୍ କାନୁନ୍‌ର ପାଠ ଭୁଲି ଗଲେ କି ପୋଲିସ୍‌ । ପିସିଆର୍ ସାମ୍ନାରେ  ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିବା। ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲିଟିଛି।

ଏପଟେ ଅଭିଯୁକ୍ତମାନେ ଜାମିନ୍‌ରୁ ମୁକୁଳିବା ସହ  ରାତି ଅଧରେ କିଛି ଲୋକ ପରମିନ୍ଦରଙ୍କ ଘର କବାଟ୍ ବାଡ଼େଇବାକୁ ନେଇ ଭୟଭୀତ ହୋଇଯାଇଥିଲେ ପୂରା ପରିବାର । ତେବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ପୂର୍ବତନ ଏସିପି ଅନୁପ କାନୁନଗୋ ରାତି ଅଧରେ ପରମିନ୍ଦରଙ୍କ ଘରକୁ ଯାଇଥିବା ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଭିଜୁଆଲରୁ ଜଣାପଡ଼ିଥିଲା । ଏଥିରେ ବିଧାୟକଙ୍କ କହିବା କଥା ସେ ସମବେଦନା ଜଣାଇବାକୁ ପରମିନ୍ଦରଙ୍କ ଘରକୁ ଯାଇଥିଲେ । ହେଲେ ଏହି ଘଟଣାକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି  ବିଜେପି ନେତା ।

ଏଭଳି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଜେଡି ମୁଖପାତ୍ର ଦେବୀ ମିଶ୍ର । କିଏ କ’ଣ କହୁଛନ୍ତି ଚାଲନ୍ତୁ ଦେଖିବା । ବୁଧବାର ରାତି ଅଧରେ ଏଭଳି ଘଟଣା ପରେ ଗୁରୁବାର ସକାଳୁ ପରମିନ୍ଦରଙ୍କ ଘର ଆଗରେ ମାଳ ମାଳ ପୋଲିସଙ୍କୁ ଦେଖିବାକୁ ମିଳିଥିଲା ।

ଫୋର୍ସ ସହ ପରମିନ୍ଦରଙ୍କ ଘରକୁ ଜଗି ରହିଥିଲେ ୨ଜଣ ଏସିପିଙ୍କ ସମେତ ୪ଜଣ ସବ-ଇନ୍ସପେକ୍ଟର । ତଥାପି ଅଭିଯୁକ୍ତମାନଙ୍କୁ ଯେହେତୁ ଜାମିନ୍ ମିଳିଯାଇଛି, ତେଣୁ ନିଜ ଜୀବନ ପ୍ରତି ନିଜ ପରିବାର ପ୍ରତି ବିପଦ ଆଶଙ୍କା କରି ଭୁବନେଶ୍ବର ଛାଡ଼ିବାକୁ ଚିନ୍ତା କରୁଛନ୍ତି ଆକ୍ରମଣର ଶିକାର ପରମିନ୍ଦର ସିଂ।

   Related Posts