ମହିଳାଙ୍କ ପାଖରେ ବନ୍ଧା ପଡ଼ିଲେ ପୋଲିସ୍
31/01/2020 at 10:05 PM

ଭଦ୍ରକ୩୧/୧: ଚୋରା ମଦ ବେପାରୀ ଘରକୁ ଘେରାଉ କରିଥିଲେ ମହିଳା । ଖବର ପାଇ ପୋଲିସ ପହଁଞ୍ଚିଲା। ମହିଳାମାନେ ପୋଲିସକୁ ମଧ୍ୟ ଅଟକ ରଖିଛନ୍ତି। ଦୀର୍ଘ ସମୟ ହେଲା ପୋଲିସ କର୍ମଚାରୀ ଅଟକ ଅଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ପୋଲିସଙ୍କୁ ଘେରିଛନ୍ତି ମହିଳାମାନେ । ତିହିଡି ଥାନା ସୟା ପଞ୍ଚାୟତ ବାଉଁଶବାଗରେ ଦୀର୍ଘଦିନ ହେଲା ବାବୁଲା ସେଠି ନାମକ ବ୍ୟକ୍ତି ଚୋରା ମଦ ବିକ୍ରି କରୁଥିଲେ।

ଗାଁ ଲୋକେ ବିରୋଧ କରିଥିଲେ । ଗାଁ ଲୋକେ କହିବା କଥା ପୋଲିସ ଜାଣି ଶୁଣି ମଦ ବେପାରୀକୁ ସୁରକ୍ଷା ଦେଉଥିଲା। ଏବେ ଗାଁ ର ମହିଳା ମାନେ ମଦ ବେପାରୀ ବାବୁଲା ଘରକୁ ଘେରିଥିବା ବେଳେ ତିହିଡି ପୋଲିସ ଯାଇଥିଲା। ମହିଳାମାନେ ପୋଲିସକୁ ମଧ୍ୟ ଘେରାଉ କରି ରଖିଛନ୍ତି । ଭଦ୍ରକ ଅବକାରୀ ବିଭାଗର ଏକ ଟିମ ସେହି ସ୍ଥାନକୁ ଯାଉଥିବା ସୂଚନା ମିଳିଛି ।