ଶେଷରେ ଧରା ପଡ଼ିଗଲା ସବ୍‌ସିଡି ଲୋନ ଠକ ନକୁଳ: ଋଣ କରାଇ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା, ସାଢ଼େ ୧୩ ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | January 23, 2020 IST

ନୂଆପଡ଼ା୨୩/୧: ଋଣ କରିଦେବ କହି ଲକ୍ଷ ଲକ୍ଷ ଟଙ୍କା ଠିକିନେଲା ଠକ। ସବ୍‌ସିଡି ଋଣ କରିଦେବାର ଭରସା ଦେଇ ନିରୀହ ଲୋକମାନଙ୍କୁ ଠକୁଥିଲା। ଋଣ କରାଇବାକୁ ଖର୍ଚ୍ଚା ନେଇ ଆଉ ଧରାଛୁଆଁ  ଦେଉ ନଥିଲା। ଅଭିଯୋଗ ପାଇ ସିନାପାଲି ଓ କୋମନା ପୋଲିସ ଉଭୟ ମିଳିତ ଭାବେ ଅଭିଯାନ କରି ଠକକୁ ଗିରଫ କରିଛନ୍ତି। ଗିରଫ ଠକ ବଲାଙ୍ଗିର ଜିଲ୍ଲା ତୁରେକେଲା ଗ୍ରାମର ନକୁଳ ବେନିଆ ଓରଫ ନରେନ୍ଦ୍ର ନାଏକ ଓରଫ ଧରୁଆ ବାବୁ । ଅଭିଯୁକ୍ତ ପାଖରୁ ୧୩ ଲକ୍ଷ ୫୩ ହଜାର ୯ ଶହ ଟଙ୍କା ପୋଲିସ୍ ଜବତ କରିଛି।ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସପି ।

ଦଲାଲ ନକୁଳ ଋଣ କରାଇ ଦେବ କହି ଏମିତି ବହୁ ଲୋକଙ୍କୁ ଚୂନ ମାରିଛି। ଏପରି କି ନକୁଳ ଲକ୍ଷ ଲକ୍ଷ ଟଙ୍କା ନିରୀହ ଲୋକଙ୍କଠାରୁ ଠିକି ନେଉଥିଲା। ନିକୁଳର କଳାକାରନାମା ସଂପର୍କରେ ଜାଣିବା ପରେ ଲୋକେ ଥାନାରେ ଅଭି​‌ଯୋଗ କରିଥିଲେ। ନକୁଳ ନିଜକୁ କେତେବେଳେ ବ୍ୟାଙ୍କ ଅଫିସର ତ ଆଉ କେତେବେଳେ ସପ୍ଲାଇ ଇନ୍‌ସପେକ୍ଟ ପୁଣି ଜିଲ୍ଲାପାଳଙ୍କ କ୍ଲର୍କ କହି ସମସ୍ତଙ୍କୁ ନିଜର ପରିଚୟ ଦେଉଥିଲା। ବିଭିନ୍ନ କମ୍ପାନୀର ସିମ୍ ବଦଳାଇ ଲୋକଙ୍କୁ ୨୫ ଲକ୍ଷ ରୁ ୧ କୋଟି ପର୍ଯ୍ୟନ୍ତ ଋଣ କରି ଦେବା ନେଇ ଭୁଆଁ ବୁଲାଉଥିଲା ନକୁଳା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.