ଦୁଇ ପିଲାଙ୍କୁ ଛାଡି ପଳାଇଲା ମା’, ବାପା କହିଲା ଲାଳନପାଳନ କରିବାକୁ ଅସମର୍ଥ… ଶେଷରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କଲା ପୋଲିସ

Published By : Prameya-News7 Bureau | November 23, 2019 IST

କଟକ ୨୩।୧୧: ଦୁଇ କୁନି କୁନି ପିଲାଙ୍କୁ ଛାଡି ମା’ ଫେରାର । ଅସହାୟ ଅବସ୍ଥାରେ ବୁଲୁଥିଲେ ଦୁଇ ପିଲା । ପିଲାଙ୍କୁ ପୋଲିସ ଉଦ୍ଧାର କରିଥିଲା । ପିଲାମାନଙ୍କର ବାପା ସେମାନଙ୍କୁ ଚଳାଇପାରିବନି ବୋଲି କହିବା ପରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି ପୋଲିସ ।  

{"id":188658,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୁରୀ ଅଞ୍ଚଳର ଜନୈକ ମହିଳା ନିଜ ସ୍ବାମୀଙ୍କ ସହ ଗତକାଲି କଟକ ଚାଉଳିଆଗଞ୍ଜ ଅଞ୍ଚଳର ବରହମପୁରା ବସ୍ତିକୁ ଆସିଥିଲେ । ତେବେ ପିଲାମାନଙ୍କର ମା’ ପିଲାମାନଙ୍କୁ ଛାଡି ହଠାତ୍ କେଉଁଆଡେ ଚାଲିଯାଇଛନ୍ତି । ଫଳରେ ପିଲା ଦୁଇ ଜଣ ଏକୁଟିଆ ବୁଲୁଥିବା ଦେଖି ବରହମପୁରା ବସ୍ତିର କିଛି ଲୋକ ସେମାନଙ୍କୁ ନିଜ ପାଖରେ ରଖି ଚାଉଳିଆଗଞ୍ଜ ପୋଲିସକୁ ଖବର ଦେଇଥିଲେ ।

{"id":188659,"sizeSlug":"large"}

ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ପିଲାମାନଙ୍କୁ ଥାନାକୁ ନେଇଯାଇଥିଲା । ପରେ ସେମାନଙ୍କର ବାପା ଖବର ପାଇ ଥାନାରେ ପହଞ୍ଚିଥିଲେ । ତେବେ ବାପା ଆର୍ଥିକ ଦୃଷ୍ଟିରୁ ପିଲା ଦୁଇଜଣଙ୍କ ଲାଳନପାଳନ କରିବାକୁ ଅସମର୍ଥ ବୋଲି କହିବା ପରେ ପୋଲିସ ପିଲା ଦୁଇ ଜଣଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.