Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ପୁଲିସ ହାତରେ ହାତକଡି – ଫାଶୀ ଦେବାକୁ ଲୋକଙ୍କ ଦାବି, ଏପରି କାମ କରି ଜେଲ୍‌ ଗଲା

ପୁରୀ – ଖାକିରେ ଲାଗିଛି କଳଙ୍କ । ଦିନେ ଅନ୍ୟଙ୍କୁ ହାତକଡି ପିନ୍ଧାଉଥିବା ପୂର୍ବତନ ପୁଲିସ କର୍ମଚାରୀ ହାତରେ ହାତକଡି  । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ କର୍ମଚାରୀ ଏବେ ନିଜେ ଜେଲ୍‌ ଯାଇଛି । କେବଳ ସେତିକି ନୁହେଁ ଚାକିରିକୁ ନିଲମ୍ବିତ ହୋଇଥିବା ଏହି ଅଧିକାରୀ ନିଜ ପୁଲିସ ପରିଚୟ ପତ୍ରର ଖରାପ ବ୍ୟବହାର କରିଛି । ଚାକିରିରୁ  ତଡା ଖାଇଥିବା  ଜିତେନ୍ଦ୍ର ସେଠୀ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ।

ଜଣେ ଯୁବତୀଙ୍କୁ ସାହାଯ୍ୟ କରିବା ବାହାନାରେ କାର୍‌ରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି । କେବଳ ସେତିକି ନୁହଁ ଦୁଷ୍କର୍ମ ସମୟର ଭିଡିଓ ବି କରିଛି ଏବି କଳଙ୍କିତ ଅଭିଯୁକ୍ତ ।  ଅଭିଯୁକ୍ତ ପାଇଁ ଅପରାଧ କିଛି ନୂଆ ନୁହଁ । ପୂର୍ବରୁ ସେ  ବଳାତ୍କାର ଉଦ୍ୟମ ଅଭିଯୋଗରେ ଚାକିରିରୁ ତଡା ଖାଇଥିଲା ।ହେଲେ ସରକାରୀ କ୍ୱାଟର୍ସରେ ରହି ଆସୁଥିଲା ଅଭିଯୁକ୍ତ  । ସେଥିପ୍ରତି କେହି ବି ଦୃଷ୍ଟି ଦେଇ ନଥିଲେ । ଏବେ ସେହି ସରକାରୀ କ୍ୱାଟର୍ସ ମଧ୍ୟରେ ନିଜର ଆହୁରି ୩ ସହଯୋଗୀଙ୍କ ସହାୟତାରେ ଏହି ଘୃଣ୍ୟ କାର୍ଯ୍ୟ ଭିଆଇଛି । ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନାଯୋଗ୍ୟ ହାଇଦ୍ରାବାଦ ପରେ ପୁରୀରେ ଲଜ୍ୟା ଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ପୁଲିସ ପରିଚୟ ଦେଇ ଏକ ସରକାରୀ କ୍ୱାଟର୍ସ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି । ଏଥିରେ , ସେ ଜଣେ ପୁଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି । ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି କନେଷ୍ଟବଳ ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବହିଷ୍କୃତ କରାଯାଇଛି । ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି । ୪ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବହିଷ୍କୃତ ପୁଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଅଛି ।

ପୁରୀ କୁମ୍ଭାରପଡା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ନିମାପଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଏହି ପୁଲିସ କର୍ମଚାରୀ ନିଜର ଆଇ କାର୍ଡ ଦେଖାଇ ଯୁବତୀଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ ।

ପୁରୀର ପୁଲିସ ଲାଇନ୍‌ ନିକଟସ୍ଥ ଏକ ସରକାରୀ କ୍ୱାଟର୍ସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା । ଯୁବତୀ ଜଣଙ୍କ କହିଛନ୍ତି ।

ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟ ପୋଲିସ କଲୋନୀ ପୋଲିସ କ୍ୱାର୍ଟରରେ ଅସ୍ତରଙ୍ଗ ଅଂଚଳର ନାବଳିକାକୁ ଗଣଦୁଷ୍କର୍ମ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣୀ ହେବ ବୋଲି କେନ୍ଦ୍ରାଞ୍ଚଳ ଡ଼ିଆଇଜି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। 

ନାବିଳକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ ସହ ତା ସହଯୋଗୀ ରାଜା ଓରଫ ରାଜେଶ କୁମାର ସେଠୀକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏସପିଙ୍କ ନେତୃତ୍ୱରେ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ଼ ସହ ଡ଼ାକ୍ତରୀ ମାଇନା କରାଯାଇଛି। ଏହି ଘଟଣାର ଯାଞ୍ଚ ପାଇଁ ସାଇଣ୍ଟିଫିକ୍ ଟିମ୍ ଲାଗିଛନ୍ତି। ପୀଡ଼ିତାଙ୍କ ମାନସିକ ଅବସ୍ଥା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାଉନସେଲିଂ କରିଛନ୍ତି। ଉଭୟ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଫାଷ୍ଟ ଟ୍ରାକ୍ କୋର୍ଟରେ ଟ୍ରାଏଲ୍ ହେବ।

495 Views

   ସମ୍ବନ୍ଧିତ ଖବର