ରାଜଧାନୀରେ ପୋଲିସ-ଅପରାଧୀ ଗୁଳିବିନିମୟ , ୨ନିହତ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨: ଅପରାଧୀ-ପୋଲିସ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ଦୁଇ ଜଣ ଅପରାଧୀ ନିହତ । ଦିଲ୍ଲୀର ପ୍ରହ୍ଲାଦପୁର ଅଞ୍ଚଳରେ ଘଟିଛି ଘଟଣା । ମୃତ ଅପରାଧୀଙ୍କ ନାମ ରାଜା କୁରେଶି ଓ ରମେଶ ବୋଲି ଜଣାପଡିଛି । ଦୁଇ ଜଣ ଅପରାଧୀ ହତ୍ୟା ଘଟଣାରେ ସାମିଲ ଥିଲା । ଏବଂ ତାଙ୍କ ନାମରେ ଓ୍ବାରେଣ୍ଟ ମଧ୍ୟ ଥିଲା । ପୋଲିସ ଦୁଇ ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

wp:core-embed/twitter {"url":"https://twitter.com/ANI/status/1229232655821987840","type":"rich","providerNameSlug":"twitter","className":""}
https://twitter.com/ANI/status/1229232655821987840
/wp:core-embed/twitter

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ହତ୍ୟା ଅଭିଯୋଗରେ ଦୁଇ ଜଣ ଅପରାଧୀଙ୍କ ନାଁରେ ଓ୍ବାରେଣ୍ଟ ଥିଲା । ଉଭୟ ଅପରାଧୀଙ୍କୁ ବହୁ ଦିନ ହେଲା ପୋଲିସ ଖୋଜୁଥିଲା । ତେବେ ଦୁଇ ଜଣ ଅପରାଧୀ ରହୁଥିବା ସ୍ଥାନକୁ ଜାଣିବାକୁ ପାଇ ପୋଲିସ ଘେରିଯାଇଥିଲା । ଚାରିପଟୁ ଘେରିବା ଦେଖି  ପୋଲିସ ଉପରକୁ ଅପରାଧୀମାନେ ଗୁଳି ଚାଳନା କରିଥିଲା । ଅପରାଧୀଙ୍କ ଗୁଳିମାଡର ଜବାଜ ଦେଇ ପୋଲିସ ମଧ୍ୟ ଗୁଳିମାଡ କରିଥିଲା । ପୋଲିସ ଗୁଳିରେ ଦୁଇ ଜଣ ଅପରାଧୀ ଆହତ ହୋଇଥିଲା , ପରେ ଦୁଇ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଯାଇଛି । ଦୁଇ ଜଣ ଅପରାଧୀ ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.