Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଜଳୁଛି ମାଓବାଦୀଙ୍କ କ୍ୟାମ୍ପ: ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

5/07/2020 at 7:42 PM

କନ୍ଧମାଳ୫/୭: କନ୍ଧମାଳ ତୁମୁଡ଼ିବନ୍ଧରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏସଓଜି ଯବାନ ମାନେ କମ୍ବିଂ ଅପରେସନ ଚଲାଇଥିବା ବେଳେ ଏହି ଗୁଳିକାଣ୍ଡ ହୋଇଛି। ମୃତ ନକ୍ସଲମାନେ ବଂଶଧାରା-ଘୁମୁସର-ନାଗାବଳୀ ଗ୍ରୁପର ସଦସ୍ୟ । ସେମାନଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଜଳୁଛି ମାଓବାଦୀଙ୍କ କ୍ୟାମ୍ପ। ଏଣେ ତେଣେ ପଡିଛି ୪ ହାର୍ଡକୋର ମାଓବାଦୀଙ୍କ ମୃତଦେହ । ପାଖରେ ଅସ୍ତ୍ରଶସ୍ତ୍ର, ଖାଦ୍ୟ ସାମଗ୍ରୀ ଓ ମାଓବାଦୀମାନେ ବ୍ୟବହୃତ କରୁଥିବା ଜିନିଷ ପତ୍ର । ଏ ଦୃଶ୍ୟ ହେଉଛି  କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲାର କରୁଗାଡଙ୍ଗା ଘଞ୍ଚ ଜଙ୍ଗଲର । ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ମିଳିଥିଲା ଗୁଇନ୍ଦା ସୂଚନା । ସକାଳୁ ସକାଳୁ ଏସଓଜି ଜବାନ କମ୍ବି ଅପରେସନ୍‌ ଆରମ୍ଭ କରିଥିଲେ। ମାଓବାଦୀଙ୍କ ସହ ଯବାନଙ୍କ ମୁହାଁମୁହିଁ ହୋଇଥିଲା । ଉଭୟ ପଟୁ କିଛି ସମୟ ଧରି ଜୋରଦାର ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ ୪ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ମୃତ ନକ୍ସଲମାନେ ବଂଶଧାରା-ଘୁମୁସର-ନାଗାବଳୀ ଗ୍ରୁପର ସଦସ୍ୟ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ମୃତକ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କରୁଗାଡଙ୍ଗା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଅପରେସନ ଜାରି ରହିଛି। ୪ମାଓବାଦୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମରବନ୍ଧ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ ହୋଇଥିଲା।

   Related Posts