ବେଦୀରୁ ଅମାନିଆ ବରକୁ ଉଠାଇନେଲା ପୋଲିସ, ଥାନାରେ ବାହାନା କରି କହିଲା- 'ଜାଣିନି ଏତେ ଲୋକ କେମିତି ଆସିଲେ'...

Published By : Prameya-News7 Bureau | April 26, 2021 IST

ଜଳନ୍ଧର,୨୬/୦୪: କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇଛି । ଏହାକୁ ନଜରରେ ରଖି ପଞ୍ଜାବରେ ସପ୍ତାହାନ୍ତ ସଟଡାଉନ୍ ଲାଗିଛି । ପ୍ରଶାସନ ତରଫରୁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବା ସହ ସତର୍କ ରହିବାକୁ କୁହାଯାଉଛି । ଏହା ସତ୍ତ୍ୱେ କିଛି ବ୍ୟକ୍ତି ସତର୍କ ହେଉନାହାଁନ୍ତି । ଅମାନିଆ ହେଉଛନ୍ତି । ତେବେ ଜଳନ୍ଧରରେ ହେଉଥିବା ଏକ ବିବାହ ଭୋଜିରେ ୧୦୦ରୁ ଅଧିକ ଅତିଥି ଆସିଥିବା ଦେଖିବାକୁ ମିଳିଥିଲା । ଯାହା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଇଛି ।

ପୋଲିସ ଏହି ମାମଲାରେ ବେଦୀରୁ ବର ଓ ବରର ଜେଜେ ବାପାଙ୍କୁ ଥାନାକୁ ନେଇ ଯାଇଥିଲା । ନିୟମ ଅନୁସାରେ ବିବାହରେ ୨୦ ଅଧିକ ଅତିଥିଙ୍କ ପାଇଁ ଉପ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ । କିନ୍ତୁ ପୋଲିସ ଯେତେବେଳେ ଶତାଧିକ ଅତିଥି ଆସିଥିବା ସୂଚନା ପାଇଥିଲା ତୁରନ୍ତ ଚଢଉ କରିଥିଲା ।  ବର ଓ ଜେଜେ ବାପାଙ୍କୁ ପିସିଆର ଭ୍ୟାନରେ ଥାନାକୁ ନେଇଯାଇଥିଲା ।

{"id":444362,"sizeSlug":"large","linkDestination":"none"}

ଥାନାରେ ଉଭୟଙ୍କୁ ପଚରାଉଚୁରା ବେଳେ ସେମାନେ କହିଥିଲେ ଯେ, ଏତେ ଲୋକ କେଉଁଠୁ ଆସିଲେ ଜଣାନାହିଁ । ସେମାନେ କେବଳ ୨୦ ଲୋକଙ୍କୁ ବିବାହକୁ ଡାକିଥିଲେ । ପୋଲିସ ଉଭୟ କନ୍ୟା ଓ ବରପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାସହ ୨ ଗଣ୍ଟା ପରେ ବରକୁ ଛାଡିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

{"id":444363,"sizeSlug":"large","linkDestination":"none"}

ଥାନାଧିକାରୀ ମୁକେଶ କୁମାର କହିଛନ୍ତି ଯେ, ତାଙ୍କୁ ଏକ ମନ୍ଦିରରେ ବିବାହ ଭୋଜି ଅନୁଷ୍ଠିତ ହେଉଥିବା ନେଇ ସୂଚନା ମିଳିଥିଲା । ଏଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଏହି ମାମଲାରେ ଉଭୟ ପକ୍ଷ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ୧୮୮ ଧାରାରେ ବର ଓ ଜେଜେ ବାପାଙ୍କୁ ଥାନାରୁ ଡାକି ପଚରାଉଚୁରା କରାଯାଇଥିଲା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.