Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମନୀଷ ଅନୁରାଗ ମୃତ୍ୟୁ ମାମଲା : ଅତ୍ୟଧିକ ମଦ୍ୟପାନ କିମ୍ବା ହୃଦଘାତରୁ ମୃତ୍ୟୁ, ପୋଲିସକୁ ମିଳିଲା ପୋଷ୍ଟମର୍ଟମ ରିପୋର୍ଟ

16/10/2021 at 11:22 AM

ଭୁବନେଶ୍ବର ୧୬।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ନୂଆ ମୋଡ । କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କଲା ଏମ୍ସ । ତେବେ ପାଣିରେ ବୁଡିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏମିତିକି ଅତ୍ୟଧିକ ମଦ୍ୟପାନ କିମ୍ବା ହୃଦଘାତରୁ ମୃତ୍ୟୁ ଘଟିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।

ସେପଟେ ମନୀଷ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମ୍ରିତ ବିଶ୍ବାଳ । ମନୀଷଙ୍କୁ ହତ୍ୟା, ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଶନିବାର ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ ।

ମନୀଷ ଅନୁରାଗ ମୃତ୍ୟୁ ଘଟଣାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ ୪ ଜଣଙ୍କୁ ଅଟକ ରଖି ମାରାଥନ୍ ଜେରା କରୁଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକ ଥିବା ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡିଛି ପୋଲିସ ।

   Related Posts