ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଟି ସ୍ଥାନରେ ଖାନତଲାସୀ କରୁଛି ଟିମ୍

Published By : Prameya-News7 Bureau | November 02, 2021 IST

ଢେଙ୍କାନାଳ,୦୨/୧୧: ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ । ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । :ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ମାମଲାରେ ଏସଆଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି ।  

ମହାବିରୋଡ଼ ଫାଣ୍ଡି ଅଧିକାରୀ ସମୀର ସାମଲଙ୍କ ଘରେ ଏହି ଚଢଉ ହୋଇଛି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ତାଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଟିମ୍ ତଲାସୀ କରୁଛି । ତେବେ ଚଢଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି ।

ଢେଙ୍କାନାଲ ଏସପି ଅଫିସ ପାଖରେ ଥିବା ସମୀରଙ୍କ ସରକାରୀ କ୍ୱାର୍ଟର, ଢେଙ୍କାନାଳ ସହର ଦେଉଳ ସାହିରେ ନିଜଘର, ଜୋରନ୍ଦ। କେନ୍ଦୁପଡା ସ୍ଥିତ ପୈତୃକ ଘର, କାମାକ୍ଷାନଗର କାନପୁର ସ୍ଥିତ ଶ୍ୱଶୁର ଘର, ମହାବିରୋଡ଼ ଫାଣ୍ଡି ଆଦି ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ ଏକକାଳୀନ ଚଢ଼ଉ କରିଛନ୍ତି । ଏହି ଚଢ଼ଉରେ ତାଙ୍କ ସରକାରୀ କ୍ୱାଟରରୁ ନଗଦ ୧ଲକ୍ଷ ୫ହଜାର ତାଙ୍କ, ୩ଶହ ଗ୍ରାମର ସୁନା ଅଳଙ୍କାର ଯାହାର ମୂଲ୍ୟ ୧୨ଲଷ ଟଙ୍କା ଦୁଇ ଲକ୍ଷ, ଆଇଟେନ କାର, ବୁଲେଟ, ସ୍କୁଟି ଓ ବାଇକ ଆଦି ଗାଡି, ଭିଭିନ୍ନ ବ୍ୟାଙ୍କର ପାସ ବୁକ, ବୀମା ବଣ୍ଡ ଆଦିକୁ ଠାବ ଠାବ କରିଛି ଭିଜିଲାନ୍ସ ।

ଅପରପକ୍ଷରେ ଠାବ ହୋଇଥିବା ଦେଉଳୱସାହି ଯଦୁପତି ବିହାରରେ ଲାଗି ରହିଥିବା ଦ୍ବିତଳ ପ୍ରସାଦ ୨ଟି ବିଳାସପୂର୍ଣ୍ଣ କୋଠା ଘର ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଧ୍ୱ ହେବ ବୋଲି ଜଣାପଡିଛି । ଫାଣ୍ଡି ଅଧିକାରୀ ସମୀର ସମାଲଙ୍କୁ ଭିଜିଲାନ୍ସ ଅଟକ ରଖାଯାଇଛି । ତେବେ ଏହି ଚଢ଼ଉରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.