କ୍ୱାରେଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କ ଅଶ୍ଲୀଳ ଭିଡିଓ କଲେ ଯୁବକ , ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଇ ୨ଗିରଫ

Published By : Prameya-News7 Bureau | May 22, 2020 IST

ଭୋପାଳ ୨୨।୦୫: ଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନାକୁ କିପରି କାବୁ କରାଯିବା ସେଥିପାଇଁ ସରକାର ଦିନରାତି ଉଦ୍ୟମ କରୁଛନ୍ତି । ବିଭିନ୍ନ ସ୍ଥାନରେ ଆଇନ୍‌କୁ କଡାକଡି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ଏପରିକି କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଯାହାକି ୪ର୍ଥ ପର୍ଯ୍ୟାୟରେ ପହିଞ୍ଚିଛି । କିନ୍ତୁ ଏତେ କଟକଣା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହା ପୁଣି ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ  ଦୁଇ ଯୁବକ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରିଛି ।  

ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଗରକୋଟା ଥାନା ପ୍ରଭାରୀଙ୍କ କହିବାନୁଯାୟୀ, ଦମୋହି ଜିଲ୍ଲାର ଅଭିଯୋଗକାରିଣୀ ଇନ୍ଦୋରରୁ କିଛି ଦିନ ତଳେ ଫେରିଥିଲେ । ପରେ ସାଗର ଅଞ୍ଚଳର ଏକ ସ୍କୁଲରେ କ୍ୱାରେଣ୍ଟାଇନ୍‌ ରହିଥିଲେ । ଗତ ସପ୍ତାହରେ ମହିଳାଜଣଙ୍କ କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରେ ଥିବା ଅସ୍ଥାୟୀ ବାଥ୍‌ରୁମରେ ଗୋଧୋଉଥିଲେ । ଠିକ୍‌ ଏହି ସମୟରେ ଅଭିଯୁକ୍ତମାନେ ମହିଳାଙ୍କ ଭିଡିଓ ସୁଟ୍‌ କରିଥିଲେ । ଏହାପରେ ମହିଳାଜଣଙ୍କ ଜାଣିବାକୁ ପାଇଁ ସେମାନଙ୍କୁ ବାରଣ କରିଥିଲେ । ଅଭିଯୁକ୍ତମାନେ ଏହା ଭିଡିଓ କ୍ଲିପ୍‌କୁ ସୋସିଆଲ୍‌ ମିଡିଆରେ ଅପଲୋଡ କରିଦେବେ ବୋଲି ଧମକ ଦେଇଥିଲେ । ତେବେ ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟଙ୍କ ନାଁରେ କେସ୍‌ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।  ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତଙ୍କ ବୟସ ପାଖାପାଖି ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

କ୍ୱାରେଣ୍ଟାଇନ୍‌ ସେଣ୍ଟର ହୋଇଛି କରୋନାକୁ କିପରି ହରାଇପାରିବା ଓ ଗୋଷ୍ଠୀ ସଂକ୍ରମଣରୁ ରକ୍ଷାକରିପାରିବା । କିନ୍ତୁ କିଛି ଯୁବକ କ୍ୱାରେଣ୍ଟାଇନ୍‌ ସେଣ୍ଟର ମଧ୍ୟ ନିଜର କୁକର୍ମ କରିବାରେ ଲାଗିପଡିଛନ୍ତି । ଯାହାକି ସମାଜ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.