ତାଲା ଭାଙ୍ଗି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଲୁଟ୍, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

Published By : Prameya-News7 Bureau | June 17, 2020 IST

ଭଦ୍ରକ ୧୭।୦୬:  ପ୍ରବାସୀଙ୍କ ସୁବିଧା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି କ୍ଵାରେଣ୍ଟାଇନ ସେଣ୍ଟର । ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ସୁବିଧା କରାଯାଇଛି  । ୨୪ଘଣ୍ଟିଆ ବିଜୁଳି ପାଇଁ ଇନଭର୍ଟର , ସ୍ୱଚ୍ଛ ପାନୀୟ ଜଳ ପାଇଁ ସୁବିଧା ସହ ଅନେକ ପଦକ୍ଷେପ ନିଆଯାଇଛି ।  କିନ୍ତୁ ପ୍ରବାସୀଙ୍କ ପାଇଁ ଲାଗିଥିବା ସମସ୍ତ ସାମଗ୍ରୀଙ୍କୁ ଲୁଟେ ନେଇଛନ୍ତି ଲୁଟେରା ।  ମଦ ପିଇ ଲୁହା ରଡରେ କ୍ଵରେଣ୍ଟାଇନ ସେଣ୍ଟରର ତାଲା ଭାଙ୍ଗି ଲୁଟି ନେଇଛନ୍ତି । ଏମିତି ଏକ ଚୋର ଦଳକୁ ଧରିଛି ଭଦ୍ରକ ପୋଲିସ ।

{"id":287518,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ କ୍ଵାରେଣ୍ଟାଇନ ସେଣ୍ଟର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଜଣଙ୍କୁ ପୋଲିସ ହାତରେ ଧରାପଡିଛନ୍ତି । ମଦ ପିଇବା ପାଇଁ ଯିବା ବେଳେ କ୍ଵାରେଣ୍ଟାଇନ ସେଣ୍ଟରରୁ ଚୋରି ପାଇଁ ପ୍ଲାନିଂ କରିଥିଲା । ପୋଲିସ କହିବା ଅନୁଯାୟୀ । କ୍ଵାରେଣ୍ଟାଇନ ସେଣ୍ଟରର ୱାଟର ବିଭିନ୍ନ ସାମଗ୍ରୀକୁ ଲୁଟ୍‌ କରାଯାଇଛି ।  ତିହିଡି ଥାନା ଅଞ୍ଚଳର ଭୋଳନାଥ ମହାଳିକ , ଅଶୋକ ମହାପାତ୍ର ଓ ଗୋରାମାଟି ଗାଁ ର ନାରାୟଣ ସାମଲ ସାମିଲ ରହିଛନ୍ତି । ଗତ ୫ ତାରିଖ ରାତି ରେ ଭୋଳନାଥ , ଦେବିଦତ୍ତ ଓ ନାରାୟଣ ଚୋରି କରିଥିଲେ , ପରେ ଚୋରି ସାମଗ୍ରୀକୁ ନେଇ ଏକ ବଣରେ ଲୁଚାଇ ରଖିଥିଲେ ।

{"id":287519,"sizeSlug":"large"}

ସେଠାରୁ ନେଇ ଆଉ ଏକ ସ୍ଥାନରେ ନଡ଼ାଗଦାରେ ଲୁଚାଇ ରଖିଥିଲେ । ଚୋରଙ୍କ ମଧ୍ୟରୁ ଜଣେ ପୋଲିସ ହାତରେ ଧରା ପଡିବାରୁ ଅନ୍ୟ ମାନଙ୍କୁ ଧରିବାରେ ସହଯୋଗ ହୋଇଥିଲା । ପୋଲିସ ଚୋରି ସାମଗ୍ରୀକୁ ପୋଲିସ ଜବତ କରିଛି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପୋଲିସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.