ପୋଲିସ ହାତରେ ଧରିପଡିଲେ ୬ ଜୁଆଡ୍ଡି, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଜବତ

Published By : Prameya-News7 Bureau | July 29, 2020 IST

ବଡ଼ବିଲ ୨୯।୦୭ : ବଡ଼ବିଲ ପୋଲିସ୍ ହାତରେ ପୁଣି ଧରାପଡ଼ିଲେ ୬ ଜୁଆଡ଼ି । ଗତକାଲି ରାତିରେ ଭଦ୍ରାସାହି ପଂଚାୟତ ଟଂଟୋ ପାର୍କିଂ ଏରିଆ ନିକଟରେ ଜୁଆଖେଳ ଚାଲିଥିବା ଖବର ପାଇ ଅଚାନକ ଚଢ଼ଉ କରିଥିଲା ବଡ଼ବିଲ ପୋଲିସ୍ ।  ସେଠାରୁ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୭ ହଜାର ୭ ଶହ ଟଙ୍କା , ୪ ଟି ମୋବାଇଲ୍ ଫୋନ୍ ଓ ୨ ବିଡ଼ାତାସ୍ ଜବତ୍ କରିଛି ପୋଲିସ୍ । ଗିରଫ୍ ଅଭିଯୁକ୍ତମାନେ ହେଲେ, କାଶିଆ (ଖ) ଗାଁର ଶ୍ୟାମସୁନ୍ଦର ମୁଣ୍ଡା, ପ୍ରଦୀପ ଓରାମ, ଉମେଶ ଚନ୍ଦ୍ର ପଲେଇ, ଭଦ୍ରାସାହି ଅଂଚଳର ରୟା ମୁଣ୍ଡା, ଗୁଆଲି ବସ୍ତିର ପ୍ରକାଶ ପଲେଇ ଓ ତପନ କୁମାର ବାରିକ ।

{"id":306954,"sizeSlug":"large"}

ବଡ଼ବିଲ ଥାନା କେସ୍ ନଂ ୧୦୨, ଦଫା ୨୬୯, ୨୭୦ ଆଇପିସି,  ୩ ଏପିଡେମିକ୍ ଆକ୍ଟ, ୩ ଓପିଜି ଆକ୍ଟ ଏବଂ ୩ ଡିଜାଷ୍ଟର ମ୍ୟାନେଜମଂଟେ୍ ଆକ୍ଟ ଆଧାରରେ ଗିରଫ କରିଛି । ଗିରଫ ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ପୋଲିସ  ପକ୍ଷରୁ ସୂଚନା ମିଳିଛି । ବଡ଼ବିଲରେ ଏହା ପୂର୍ବରୁ ଗତ ୧୪ ତାରିଖରେ ହୋଟେଲ୍ ନୀଳକଣ୍ଠରୁ ୧୦ ଜଣ ଜୁଆଡ଼ଙ୍କୁ ଗିରଫ୍ କରାଯିବା ସହ ୪୮ ହଜାର ୫ ଶହ ଟଙ୍କା ଜବତ୍ କରିଥିଲା ବଡ଼ବିଲ ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.