ଚୋରି କରିବାକୁ ଆସି ଛେଚା ଖାଇଲେ ମେଣ୍ଢା ଚୋର

Published By : Prameya-News7 Bureau | July 04, 2020 IST

ବାଲିପାଟଣା ୦୪।୦୭: ଚୋରି କରିବାକୁ ଆସି ଛେଚା ଖାଇଲେ ମେଣ୍ଢା ଚୋର । ଘଟଣା ସ୍ଥଳରେ ୪ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ । ଜଣେ ଚୋର ଘଟଣା ସ୍ଥଳରୁ ଖସିଯିବାରେ ସଫଳ ହୋଇଛି । ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧିନ ଭେଙ୍କଟରାୟପୁର ଖୁଂଟିଆ ସାହିର ସାଗର ଖୁଂଟିଆ ଘରେ ନଥିବା ବେଳେ ତାଙ୍କ ମେଣ୍ଢା ଗୁହାଳରେ ତିନିଜଣ ଚୋର ପଶିଥିଲେ ।

{"id":295855,"sizeSlug":"large"}

ମେଣ୍ଢା ଚୋରି କରୁଥିବା ବେଳେ ଗ୍ରାମବାସୀ ଦେଖିଦେଇଥିଲେ । ୫ଜଣଙ୍କ ମଧ୍ୟରୁ ୪ଜଣଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ ଗ୍ରାମବାସୀ । ସେହିପରି ଗ୍ରାମବାସୀ ମାନେ ପୋଲିସ୍ କୁ ଜଣାଇବା ପରେ ଘଟଣା ସ୍ଥଳରୁ ଚୋରଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି ପୋଲିସ । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକିଛି ଦିନ ହେଲା ବାଲିପାଟଣା ଥାନା ଅଞ୍ଚଳରୁ ବାରମ୍ବାର ମେଣ୍ଢା ଚୋରୀ ହେଉଛି । ୬ ମାସ ମଧ୍ୟରେ ପ୍ରାୟ ୮୦୦ ରୁ ଅଧିକ ମେଣ୍ଢା ଚୋରି ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି ।

{"id":295856,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.