Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୁବାଇରେ IPL ଫାଇନାଲ, ଝାରସୁଗୁଡ଼ାରେ ବେଟିଂ ; ଚଢାଉ କରି ଜଣକୁ ଗିରଫ କଲା ପୋଲିସ, ନଗଦ ଟଙ୍କା ଓ ମୋବାଇଲ ଜବତ

11/11/2020 at 12:20 PM

ଝାରସୁଗୁଡ଼ା ୧୧।୧୧: ଦୁବାଇରେ ଚାଲିଥିଲା ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ଝାରସୁଗୁଡ଼ାରେ ଚାଲିଥିଲା ବେଟିଂ । ପୋଲିସ ଚଢାଉ କରି ନଗଦ ଟଙ୍କା ସହ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

 ଆଇପିଏଲ୍‌ ମ୍ୟାଚ୍‌ ପାଇଁ ବେଟିଂ କରୁଥିବା ବୁକିଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଶେଷରେ ପୋଲିସକୁ ସଫଳତା ମିଳିଛି । ରବିବାର ଦିନ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଚାଲିଥିଲା । ମ୍ୟାଚ୍‌ ପାଇଁ ଅନଲାଇନ ଜରିଆରେ ବେଟିଂ ଚାଲିଥିଲା । କିଏ ଜିତିବ ଆଉ,  କିଏ ହାରିବ , ତାକୁ ନେଇ ଲାଗୁଥିଲା ବାଜି । ଏହିଭଳି ଖେଳ ଚାଲିଥିବା ବେଳେ ଝାରସୁଗୁଡା ପୋଲିସ ସହରର ତେଲିଭଟ୍ଟା ଅଞ୍ଚଳରୁ ମହମ୍ମଦ ଜାହାଙ୍ଗିର ହୁସେନକୁ ଗିରଫ କରିଛି। ତାର ନିକଟରୁ ନଗଦ ୨୭  ହଜାର ୨ଶହ ୫୦ଟଙ୍କା , ୨ଟି ମୋବାଇଲ , ଗୋଟିଏ ଏଟିଏମ କାର୍ଡ , ପାସବୁକ , ନୋଟବୁକ ସମେତ ପଏଣ୍ଟ ଚାର୍ଟ ଜବତ କରିଛି ।  ଆଇପିଏଲ ବେଟିଂକୁ ନେଇ  ପୂର୍ବରୁ ବେଲପାହାଡ଼ ପୋଲିସ ଗତ ୬ ତାରିଖ ଛତିଶଗଡ଼ର ଏକ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

   Related Posts