Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

ମହିଳାଙ୍କୁ ନିର୍ଦୟ ଭାବେ ମା-ପୁଅ ମାରିଥିଲେ ଗୋଇଠା , ଏବେ ପୁଅ ହାତରେ ପଡିଲା ପୋଲିସ ହାତକଡ଼ି ; ମା ଏବେବି ଫେରାର

4/08/2020 at 8:35 AM

ଢ଼େଙ୍କାନାଳ ୦୪।୦୮: ମହିଳାଙ୍କୁ  ଗୋଇଠା ପରେ ଗୋଇଠା ମାଡ଼ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ।  ଦୁଇଜଣ ମିଶି ଜଣେ ମହିଳାଙ୍କୁ ନିର୍ଦୟ ଭାବେ ମାଡ଼ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏହି ମାଡ ମାରୁଥିବାର ଭିଡିଓ ଖୁବ୍ ଭାଇରାଲ ହେବା ପରେ  ଆକ୍ସନ ମୋଡରେ ଆସିଛି ପୋଲିସ । ତେବେ ମାଡ ମାରୁଥିବା ମା ଓ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନରୁ ପୁଅ ମହେନ୍ଦ୍ର ଗୁରୁଙ୍କୁ ଗିରଫ କରିଛି ଗଁଦିଆ ପୋଲିସ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଝାରଦା ଗାଁର ରୀନା ଗୁରୁଙ୍କୁ ୨ ଜଣ ମିଶି ଆକ୍ରମଣ କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଗାଁର ଭାରତୀ ଗୁରୁ ଏବଂ ତାଙ୍କ ପୁଅ ମହେନ୍ଦ୍ର ଗୁରୁ ମିଶି ଜନୈକ ମହିଳାଙ୍କୁ ମାଡ଼ ମାରୁଥିବାର ଦୃଶ୍ୟ ଭିଡିଓ କଏଦ ହୋଇଥିଲା । ଏପରି କି ମହେନ୍ଦ୍ର ନାମକ ଯୁବକ ଜଣକ ଅତି ନିର୍ଦୟ ଭାବରେ ମହିଳାଙ୍କୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ସୋସିଆଲ୍‌ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହୋଇଥିଲା । ଶେଷରେ ପୋଲିସ ଘଠଣାରେ କାର୍ଯ୍ୟାନୁଷ୍ଠାନ ନେଇ ମହେନ୍ଦ୍ର ଗୁରୁଙ୍କୁ ଭୁବନରୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ମା ଭାରତୀ ଗୁରୁ ଫେରାର ଅଛନ୍ତି । ତାଙ୍କର କୌଣସି ପତ୍ତାନାହିଁ । କିନ୍ତୁ ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବାର ସୂଚନା ମିଳିଛି ।

   Related Posts